ଜୁନ୍ ମାସ ୧୨ ତାରିଖରେ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ୨୦୨୩ ପଦର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ କରାଯିବ । ଡାଇରେକ୍ଟୋରେଟ୍ ଅଫ୍ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭିଟାଲ ଷ୍ଟାଟିଷ୍ଟିକ୍ସ, ଓଡ଼ିଶା ଅଧିନରେ ଭୁବନେଶ୍ୱର ଠାରେ ଏହି ଟେଷ୍ଟ ନିଆଯିବ । ଗୋଟିଏ ଶିଟିଂରେ ଏହି ପରୀକ୍ଷା କରାଯିବ । ମେ ୫ରେ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ କମ୍ପୁଟର ଦକ୍ଷତା ଟେଷ୍ଟ (ସିଏସଟି) କରାଯିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ (ଭିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ପ୍ରାର୍ଥୀମାନେ ନଭେମ୍ବର ମାସ ୨୪ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିଥିଲେ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post