ଚଳିତ ନିର୍ବାଚନର ଶେଷ ଲଢ଼େଇ ଶନିବାର ହେବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ୯୯ଲକ୍ଷ ୬୧ହଜାର ମତଦାତା ନିଜ ମନପସନ୍ଦର ନେତା ବାଛିବେ। ଏଥିପାଇଁ ଆଜି ପ୍ରଚାର ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ ଏବେ ବିଜେଡି-ବିଜେପିକୁ ନିଜ ଗଡ଼ ସମ୍ଭାଳିବା ଚିନ୍ତା ଘାରିଥିବା କୁହାଯାଉଛି। ଦୁଇ ଦଳ ବିଜେଡି-ବିଜେପି ଏବେ ସରକାର ଗଢ଼ିବାକୁ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କହୁଥିଲେ ହେଁ ବାସ୍ତବରେ ଏହି ପର୍ଯ୍ୟାୟରେ ହାସଲ କରିବାକୁ ଥିବା ସିଟ୍ ହିଁ ରାଜ୍ୟରେ କିଏ ସରକାର ଗଢ଼ିବ ସେନେଇ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି ବୋଲି କୁହାଯାଉଛି। ୨୦୧୯ର ଫଳାଫଳ ଦେଖିଲେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪୨ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ଭାଗରେ ଗୋଟିଏ ବି ଆସନ ପଡ଼ିନଥିଲା। ବିଜେଡି ୩୩ଟି ଆସନ ଜିତି ଏକପାଖିଆ ବିଜୟ ହାସଲ କରିଥିଲା। ଆଉ ବିଜେପି ମାତ୍ର ୯ଟି ଆସନ ଜିତିଥିଲା। ତେବେ ବିଜେଡି ଗଡ଼ରେ ବିଜେପି ତା’ର ରଣନୀତିରେ ସଫଳ ହେବ ନା ବିଜେଡି ତା’ର ପୂର୍ବ ରଣନୀତି ଭଳି ଏଥର ବି ବିଜେପିକୁ ଚିତ୍ପଟାଙ୍ଗ ମାରିବାକୁ ବାଧ୍ୟ କରିବ ତାହା ଏହି ୪୨ଟି ଆସନର ମତଦାତା ନିଷ୍ପତ୍ତି ନେବାକୁ ଯାଉଛନ୍ତି।୨୦୧୯ରେ ମୟୂରଭଞ୍ଜ ଲୋକସଭା ଆସନ ବିଜେପି ଜିତିଥିଲା। ୭ରୁ ୫ଟି ବିଧାନସଭା ଆସନ ବି ଜିତିଥିଲା। ହେଲେ ଏଠାରେ ବିଜେପି ତା’ର ଗଡ଼ ରକ୍ଷା କରିପାରିବ ତ? ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଏଠାରେ ଭଲ ପ୍ରଦର୍ଶନ କରିଥିବାରୁ ସେହି ଧାରା ବଜାୟ ରଖିବ ନା ଫଳାଫଳ ଭିନ୍ନ ହେବ?
ବାଲେଶ୍ବରରେ ବି ବିଜେପି ଲୋକସଭା ଆସନ ଜିତିଥିଲା। ଆଉ ୩ଟି ବିଧାନସଭା ଆସନ ବି ଜିତିଥିଲା। କିନ୍ତୁ ୨୦୨୦ ଉପନିର୍ବାଚନରେ ବିଜେପି ବାଲେଶ୍ବର ବିଧାନସଭା ଆସନଟିକୁ ରଖିପାରିଲାନି। ହେଲେ ଏଥର କେତେକ ଆସନରେ ପ୍ରାର୍ଥୀ ଅଦଳବଦଳ ଦୁଇ ଦଳ ପାଇଁ କିଛି ମାତ୍ରାରେ ଚିନ୍ତାର କାରଣ ପାଲଟିଛି।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Prev Post