ଚଳିତ ନିର୍ବାଚନର ଶେଷ ଲଢ଼େଇ ଶନିବାର ହେବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ୯୯ଲକ୍ଷ ୬୧ହଜାର ମତଦାତା ନିଜ ମନପସନ୍ଦର ନେତା ବାଛିବେ। ଏଥିପାଇଁ ଆଜି ପ୍ରଚାର ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ ଏବେ ବିଜେଡି-ବିଜେପିକୁ ନିଜ ଗଡ଼ ସମ୍ଭାଳିବା ଚିନ୍ତା ଘାରିଥିବା କୁହାଯାଉଛି। ଦୁଇ ଦଳ ବିଜେଡି-ବିଜେପି ଏବେ ସରକାର ଗଢ଼ିବାକୁ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କହୁଥିଲେ ହେଁ ବାସ୍ତବରେ ଏହି ପର୍ଯ୍ୟାୟରେ ହାସଲ କରିବାକୁ ଥିବା ସିଟ୍ ହିଁ ରାଜ୍ୟରେ କିଏ ସରକାର ଗଢ଼ିବ ସେନେଇ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି ବୋଲି କୁହାଯାଉଛି। ୨୦୧୯ର ଫଳାଫଳ ଦେଖିଲେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪୨ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ଭାଗରେ ଗୋଟିଏ ବି ଆସନ ପଡ଼ିନଥିଲା। ବିଜେଡି ୩୩ଟି ଆସନ ଜିତି ଏକପାଖିଆ ବିଜୟ ହାସଲ କରିଥିଲା। ଆଉ ବିଜେପି ମାତ୍ର ୯ଟି ଆସନ ଜିତିଥିଲା। ତେବେ ବିଜେଡି ଗଡ଼ରେ ବିଜେପି ତା’ର ରଣନୀତିରେ ସଫଳ ହେବ ନା ବିଜେଡି ତା’ର ପୂର୍ବ ରଣନୀତି ଭଳି ଏଥର ବି ବିଜେପିକୁ ଚିତ୍ପଟାଙ୍ଗ ମାରିବାକୁ ବାଧ୍ୟ କରିବ ତାହା ଏହି ୪୨ଟି ଆସନର ମତଦାତା ନିଷ୍ପତ୍ତି ନେବାକୁ ଯାଉଛନ୍ତି।୨୦୧୯ରେ ମୟୂରଭଞ୍ଜ ଲୋକସଭା ଆସନ ବିଜେପି ଜିତିଥିଲା। ୭ରୁ ୫ଟି ବିଧାନସଭା ଆସନ ବି ଜିତିଥିଲା। ହେଲେ ଏଠାରେ ବିଜେପି ତା’ର ଗଡ଼ ରକ୍ଷା କରିପାରିବ ତ? ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଏଠାରେ ଭଲ ପ୍ରଦର୍ଶନ କରିଥିବାରୁ ସେହି ଧାରା ବଜାୟ ରଖିବ ନା ଫଳାଫଳ ଭିନ୍ନ ହେବ?
ବାଲେଶ୍ବରରେ ବି ବିଜେପି ଲୋକସଭା ଆସନ ଜିତିଥିଲା। ଆଉ ୩ଟି ବିଧାନସଭା ଆସନ ବି ଜିତିଥିଲା। କିନ୍ତୁ ୨୦୨୦ ଉପନିର୍ବାଚନରେ ବିଜେପି ବାଲେଶ୍ବର ବିଧାନସଭା ଆସନଟିକୁ ରଖିପାରିଲାନି। ହେଲେ ଏଥର କେତେକ ଆସନରେ ପ୍ରାର୍ଥୀ ଅଦଳବଦଳ ଦୁଇ ଦଳ ପାଇଁ କିଛି ମାତ୍ରାରେ ଚିନ୍ତାର କାରଣ ପାଲଟିଛି।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post