କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍ଷ୍ଟିକ୍ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ ଗୋଲାପି କରିପାରିବେ। ଜାଣିରଖନ୍ତୁ ଟିପ୍ସ…ଲେମ୍ବୁରସ ଏବଂ ମହୁ ପ୍ୟାକ୍ ଓଠର କଳାରଙ୍ଗ ଦୂରକରି ଗୋଲାପି କରିବାରେ ବେଶ୍ ସାହାଯ୍ୟ କରିଥାଏ। ଏଥିପାଇଁ ଅଧଚାମଚ ଲେଖାଏ ଲେମ୍ବୁରସ ଏବଂ ମହୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଓଠରେ ଲଗାଇ ୫ ମିନିଟ୍ ପର୍ଯ୍ୟନ୍ତ ଧୀରେ ଧୀରେ ଘଷିଲେ ଡେଡ୍ ସେଲ୍ ବାହାରିଯିବ। ପରେ ଓଠକୁ ନରମ କପଡ଼ାରେ ପୋଛି ୨ ଟୋପା ନଡ଼ିଆତେଲ ଲଗାଇ ହାଲକା ମସାଜ କରନ୍ତୁ। ପ୍ରତିଦିନ ଏପରି କଲେ ଓଠ ନରମ ହେବା ସହ ଏହାର ରଙ୍ଗ ପରିବର୍ତ୍ତନ ହୋଇ ଗୋଲାପି ଲାଗିବ।ବିଟ୍ ରସ ମଧ୍ୟ ଓଠକୁ ଗୋଲାପି କରିବାରେ ବେଶ୍ ଲାଭଦାୟକ। ୧ ଚାମଚ ବିଟ୍ ରସରେ ୨-୩ ବୁନ୍ଦା ନଡ଼ିଆତେଲ ପକାଇ ଭଲଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ଓଠରେ ଲଗାଇ ୩-୪ ମିନିଟ୍ ପର୍ଯ୍ୟନ୍ତ ଧୀରେ ଧୀରେ ଘଷନ୍ତୁ।ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତୁଳା ସାହାଯ୍ୟରେ ଅଳ୍ପ ଗୋଲାପଜଳ ନେଇ ଓଠରେ ଲଗାଇ ଧୀରେ ଧୀରେ ଘଷି ଡେଡ୍ ସେଲ୍ ବାହାର କରିଦିଅନ୍ତୁ। ଓଠକୁ ପୋଛି ଲିପ୍ ବାମ୍ ଲଗାନ୍ତୁ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post