ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ ଲଗାଇବା ସତେ ଯେମିତି ଏକ ଫ୍ୟାସନ ହୋଇଗଲାଣି । ଅଧିକାଂଶ ସମୟ କାନରେ ଏହାକୁ ଲଗାଇ ଗୀତ ଶୁଣିବା ଯେମିତି ସମସ୍ତଙ୍କ ପାଇଁ ଏକ ଉତ୍ତମ ମନୋରଞ୍ଜନ ପାଲଟିଗଲାଣି ।କିନ୍ତୁ କଣ ଆପଣ ଜାଣନ୍ତି ଏହି ଫ୍ୟାସନ ଆପଣଙ୍କ ପାଇଁ ଡାକିଆଣେ ଅନେକ ଛୋଟବଡ଼ ରୋଗକୁ । ଜାଣନ୍ତୁ ଏହି ହେଡଫୋନର ବହୁଳ ବ୍ୟବହାର ଦ୍ୱାରା ଆପଣ କେଉଁ ପ୍ରକାରର ରୋଗର ଶୀକାର ହୋଇପାରନ୍ତି…କାନରେ ଲଗାଉଥିବା ହେଡଫୋନ ଦ୍ୱାରା କାନରେ ସଂକ୍ରମଣ ହୋଇଥାଏ ,ଯାହାକି ଆଗକୁ ଗମ୍ଭୀର ରୋଗର ରୂପ ଧାରଣ କରିଥାଏ । ଏହା ବ୍ୟତୀତ ଆପଣଙ୍କୁ କାନର କ୍ୟାନସର ମଧ୍ୟ ହୋଇପାରେ । ଯଦି ଆପଣ କାନ ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିର ହେଡଫୋନ କିମ୍ବା ଇୟରଫୋନ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ମଧ୍ୟ ସଂକ୍ରମଣର ଭୟ ରହିଥାଏ । ଯାହା ଆଗକୁ କ୍ୟାନସରର ରୂପ ଧାଣର କରିପାରେ ।ଏଥିପାଇଁ ସବୁବେଳେ ହେଡଫୋନର କମ୍ ବ୍ୟବହାର କରନ୍ତୁ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post