ଆସନ୍ତାବର୍ଷରୁ ମାଟ୍ରିକ ପିଲାଙ୍କ ପାଇଁ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ କରିବା ନେଇ ଆଲୋଚନା ହେଉଛି । ଏଥିପାଇଁ ଲଜିଷ୍ଟିକ୍ସ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ କରିପାରେ ସିବିଏସଇ । ଆସନ୍ତା ଶିକ୍ଷାବର୍ଷରୁ ସେମିଷ୍ଟର ପ୍ରଣାଳୀକୁ ଖାରଜ କରିଥିବା ସୂଚନା ମିଳିଛି ।ରିପୋର୍ଟ ଅନୁଯାୟୀ, ସିବିଏସ୍ଇ ବର୍ତ୍ତମାନ ସ୍ନାତକୋତ୍ତର ଆଡମିଶନ କାର୍ୟ୍ୟସୂଚୀରେ ବାଧା ନ ଦେଇ ବୋର୍ଡ ପରୀକ୍ଷାର ଅତିରିକ୍ତ ସେଟ୍ ସ୍ଥାନିତ କରିବାକୁ ଏକାଡେମିକ୍ କ୍ୟାଲେଣ୍ଡରର ସଂରଚନା ଉପରେ କାର୍ୟ୍ୟ କରୁଛି। ନୂତନ ଜାତୀୟ ଶିକ୍ଷା ନୀତି (NEP ୨୦୨୦) ଅଧୀନରେ ଏହି ସମସ୍ତ ପରିବର୍ତ୍ତନ କରାଯାଉଛି । ଗତବର୍ଷ କେନ୍ଦ୍ର ସରକାର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ, ଶିକ୍ଷା ପ୍ରଣାଳୀରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ନେଇ ଘୋଷଣା କରିଛି । ଏଥିରେ ୨୦୨୪ ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକକୁ ବିକଶିତ କରିବା ସହ ନୂଆ ପାଠ୍ୟକ୍ରମ ଡାଞ୍ଚାକୁ ସାମିଲ କରିବାକୁ ଯାଉଛି । ଏହି ନୂଆ ପାଠ୍ୟକ୍ରମ ଡାଞ୍ଚାରେ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବା ଯୋଜନା ମଧ୍ୟ ସାମିଲ ରହିଛି ।ଗତବର୍ଷ ଛତିଶଗଡ଼ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଥିଲେ । ସେ କହିଥିଲେ ଯେ, ଆସନ୍ତାବର୍ଷରୁ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଆୟୋଜନ କରିବା ପ୍ରତିଶ୍ରୁତିକୁ ମୋହର ମାରିଛନ୍ତି ମାରିଛନ୍ତି । ୨୦୨୫-୨୬ ଶିକ୍ଷାବର୍ଷରୁ ମାଟ୍ରିକ ଏବଂ ଦସ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ୨ ଥର ବୋର୍ଡ ପରୀକ୍ଷାରେ ସାମିଲ ହେବାର ସୁଯୋଗ ମିଳିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଥିଲେ ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
Prev Post
Next Post