ବର୍ତ୍ତମାନ ଅନେକ ଜିନିଷର ନକଲି ତଥା ଅପମିଶ୍ରିତ ଦ୍ରବ୍ୟ ବିକ୍ରି ହେଉଛି । ଅନେକ ଗୁଡ଼ିଏ ଡ୍ରିଙ୍କସ ମଧ୍ୟ ଏହିସବୁ ତାଲିକାରେ ସାମିଲ ହେଇଛି, ଯାହା ଖାଲି ଆଖିରେ ଚିହ୍ନିବା ବି କଷ୍ଟକର । ତେବେ ଲୋକମାନେ ଅସଲି ଏବଂ ନକଲିର ଭେଦଭାବ ଜାଣି ନପାରି ଏହାକୁ ଗ୍ରହଣ ମଧ୍ୟ କରୁଛନ୍ତି । ଯାହା ବିଭିନ୍ନ ରୋଗ-ବ୍ୟାଧିର କାରଣ ପାଲଟୁଛି । ନିକଟରେ ନକଲି ORS ପାଣି ମଧ୍ୟ ମାର୍କେଟରେ ବିକ୍ରି ହେଉଥିବା ଜାଣିବାକୁ ମିଳିଛି ।ଡାଇରିଆ, ବାନ୍ତି, ଝାଡ଼ା ଏବଂ ଦୁର୍ବଳତା ଭଳି ବିଭିନ୍ନ ସମସ୍ୟାରୁ ORS ଆଶ୍ୱସ୍ତି ଦେଇଥାଏ ବୋଲି ଡାକ୍ତର ମଧ୍ୟ କହିଛନ୍ତି । ଏହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଏବଂ ଫ୍ଲୁଇଡ ବାଲାନ୍ସକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ଅସଲି ପରିବର୍ତ୍ତେ ନକଲି ORS ପାଣି ସେବନ କରନ୍ତି, ତେବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବିଶେଷ କରି ପିଲାମାନଙ୍କ ଉପରେ ଏହାର ଅଧିକ ଖରାପ ପ୍ରଭାବ ପଡ଼ିପାରେ ।ନକଲି ORSରେ ସୁଗାର ଅଧିକ ପରିମାଣରେ ରହିଥାଏ । ଯଦି ଆପଣ ଡାଇରିଆ ଭଳି ରୋଗରେ ପଡ଼ି ଏହାକୁ ସେବନ କରନ୍ତି, ତେବେ ଏହା ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ କରିପାରେ । ଏହାସହିତ ଆପଣଙ୍କର ଡିହାଇଡ୍ରେସନ୍ ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ । ସେହିପରି ନକଲି ORSରେ ସୋଡ଼ିୟମ ନ୍ୟୁନତମ ସ୍ତରରେ ରହିଥାଏ । ଏହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଏବଂ ଫ୍ଲୁଇଡ ବାଲାନ୍ସକୁ ବିଗାଡ଼ି ଦେଇଥାଏ । ଏହା ଆପଣଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ ।
Trending
- ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ
- ପିପିଲି ରେ ପୁଣି ଜଳିଗଲେ ଜଣେ ମହିଳା
- ‘ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ
- ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି
- ୨୪ ଅଙ୍ଗଦାତାଙ୍କୁ ‘ସୂରଜ ପୁରସ୍କାର’
- ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣା : ଅଧିକ ପ୍ରମାଣ ପାଇଛି କ୍ରାଇମ ବ୍ରାଞ୍ଚ
- ସରିଲା କ୍ୟାବିନେଟ୍ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର
- ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍ , ୧୫ ଆହତ
- ଶ୍ରୀମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା
- ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
Next Post