ମେଟ୍ରୋ ଟିଭି ଓଡିଶା (୩ .୩ .୨୦୨୨) :
ୟୁକ୍ରେନ ଉପରେ ରୁଷର ଆକ୍ରମଣ ଧୀରେ ଧୀରେ ଭୟାନକ ହେବାରେ ଲାଗିଛି । ତେବେ ଯୁଦ୍ଧର ଭୟାବହତାକୁ ଦେଖି ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡ଼ିଥିବା ଜଣାଯାଇଛି । ଜାତିସଂଘ ରିପୋର୍ଟ ଅନୁସାରେ ୭ ଦିନରେ ୧୦ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡିଛନ୍ତି । ସେମାନେ ଦେଶ ଛାଡ଼ି ପଡେ଼ାଶୀ ଦେଶଗୁଡ଼ିକୁ ପଳାୟନ କରିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ ଆଗକୁ ଶରଣାର୍ଥୀ ସମସ୍ୟା ଉତ୍କଟ ହୋଇପାରେ । ପ୍ରାୟ ୪୦ ଲକ୍ଷ ନାଗରିକ ଦେଶ ଛାଡ଼ି ପାରନ୍ତି ବୋଲି ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ରୁଷ ଯେତେ ଅସ୍ତ୍ରଶସ୍ତ୍ର ଠୁଳ କଲେ ବି ୟୁକ୍ରେନଠାରୁ ବିଜୟୀ ହୋଇପାରିବନି ।

ରୁଷ-ୟ୍ରୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ ବାସୀଙ୍କୁ ଏପରି ଆଶ୍ୱାସନା ଦେଇଛନ୍ତି ଜେଲେନସ୍କି । ରୁଷ ସେନାକୁ କଡ଼ା ଜବାବ ଦିଆଯିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି । ରୁଷର ୩୦ ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟର ମାରି ଖରାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି ।