ସାରା ଦୁନିଆରେ ହାଇପରଟେନସନର ରୋଗୀ ବଢିବାରେ ଲାଗିଛନ୍ତି । ହାଇପରଟେନସନ ଅର୍ଥାତ ହାଇ ବିପି ସାଇଲେଣ୍ଟ କିଲର ପରି ହୋଇଥାଏ । ହାଇ ବ୍ଲଡ ପ୍ରେସର କାରଣରୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକେ ହାର୍ଟ ଆଟାକ ଏବଂ ଷ୍ଟ୍ରୋକରେ ପ୍ରାଣ ହରାଉଛନ୍ତି । ଏଥିପାଇଁ ୧୭ ମେ ରେ ଦୁନିଆସାରା ଲୋକଙ୍କୁ ହାଇ ବିପି ବିଷୟରେ ସଚେତନ କରାଯାଏ ଏବଂ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଏ । ଡବ୍ଲୁଏଚଓ ସଂଖ୍ୟା ବିଷୟରେ କହିବାକୁ ଗଲେ ସାରା ଦୁନିଆରେ ହାଇ ବ୍ଲଡ ପ୍ରେସରରେ ହାରାହାରି ୧ କୋଟି ଲୋକ ପୀଡିତ ଅଛନ୍ତି । ହାଇ ବିପିରେ ହାର୍ଟ ଆଟାକ ଷ୍ଟ୍ରୋକ ଏବଂ କିଡନୀ ରୋଗର ସମସ୍ୟା ବଢିଯାଏ । ଅନେକ ଖରାପ ଅଭ୍ୟାସ ଆପଣଙ୍କୁ ହାଇପରଟେନସନର ରୋଗୀ କରିପାରେ । ଏହି ଅଭ୍ୟାସକୁ ଆଜି ହିଁ ବଦଳାନ୍ତୁ ।
୧)ଯଦି ଆପଣ ମୋଟା ଅଛନ୍ତି ତେବେ ଆପଣ ହାଇପରଟେନସନର ରୋଗୀ ହୋଇପାରନ୍ତି । ଅଧିକ ଓଜନ କାରଣରୁ କିଡନୀ ଏବଂ ଶରୀରର ଅନ୍ୟ ଅଙ୍ଗର ରକ୍ତ ବାହିକାମାନରେ ପରିବର୍ତ୍ତନ ହୋଇଥାଏ । ଏହା ବ୍ଲଡପ୍ରେସରକୁ ହାଇ କରିବାର କାରଣ ହୋଇଥାଏ ।
୨)ଯଦି ଆପଣ କୌଣସି ଫିଜିକାଲ ଆକ୍ଟିଭିଟୀ କରୁନାହାନ୍ତି ତେବେ ଆପନଙ୍କ ବ୍ଲଡ ସୁଗାର ହାଇ ହେବାର ଚାନ୍ସ ଅଧିକ ବଢିଯାଇଥାଏ । ଏଥିରେ ବ୍ଲଡ ପ୍ରେସର ମଧ୍ୟ ହାଇ ହୋଇଯାଏ ।