ଆପଣ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । UPSC ଏହାର ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟର ପାଇଁ ନିଯୁକ୍ତି ଘୋଷଣା କରିଛି । ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟରର ୭ଟି ପଦବୀ ପୂରଣ କରିବା ପାଇଁ UPSC ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ upsc.gov.in/ upsconline.nic.in କୁ ଯାଇ ଆବେଦନ କରିପାରିବେ । ଅନଲାଇନ୍ ମାଧ୍ୟମରେ ଆବେଦନ କରିବାର ଶେଷ ତାରିଖ ହେଉଛି ମେ ୩୦ ତାରିଖ ।ୟୁନିୟନ ପବ୍ଲିକ ସର୍ଭିସ କମିଶନ(UPSC)ର ଅଫିସିଆଲ ନୋଟିଫିକେସନ ଅନୁଯାୟୀ ଆସିଷ୍ଟାଣ୍ଟ ମାଇନିଂ ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଇଂଜିନିୟରିଂରେ ସ୍ନାତକୋତ୍ତର କିମ୍ବା ଟେକ୍ନୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ରହିବା ଆବଶ୍ୟକ । ଏହା ବ୍ୟତୀତ ମେଟାଲିଫେରସ୍(ଅଣ କୋଇଲା) ଖଣିରେ ସୁପରଭାଇଜର ପଦବୀରେ ମୂଳ ଖଣି କାର୍ଯ୍ୟାକଳାପରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ଯେଉଁଥିରେ ସ୍ନାତକ/ମ୍ୟାନେଜମେଣ୍ଟ/ଜୁନିୟର ଟ୍ରେନି ଇଂଜିନିୟର ଅବଧି ଅନ୍ତର୍ଭୁକ୍ତ ।
Trending
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
Next Post