ଭାରତ ବାୟୋଟେକ୍ର କୋଭାକ୍ସିନ୍ ଟିକାର ଦୀର୍ଘମିଆଦୀ ପ୍ରଭାବକୁ ଅନୁଧ୍ୟାନ କରି ବିଏଚ୍ୟୁର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କୋଭାକ୍ସିନ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ‘ଆଡ୍ଭର୍ସ ଇଭେଣ୍ଟସ ଅଫ୍ ସ୍ପେସାଲ ଇଣ୍ଟରେଷ୍ଟ’ ବା ଏଇଏସ୍ଆଇ ନେଇ ରିପୋର୍ଟ କରିଛନ୍ତି। ପାର୍ଶ୍ବ ପ୍ରତିକ୍ରିୟା ଅଧ୍ୟୟନ ପାଇଁ ପରୀକ୍ଷା କରାଯାଇଥିବା ୯୨୬ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଏଇଏସ୍ଆଇ ରିପୋର୍ଟ କରିଥିଲେ, ଯେଉଁଥିରେ ଉପର ଶ୍ୱାସନଳୀ ସଂକ୍ରମଣ ସବୁଠାରୁ ସାଧାରଣ ଅଭିଯୋଗ ଥିଲା। ଷ୍ଟ୍ରୋକ୍ ଓ ଗିଲେନ୍-ବାର୍ ସିଣ୍ଡ୍ରୋମ୍ ଭଳି ଗୁରୁତର ଏଇଏସ୍ଆଇ ଲକ୍ଷଣ ଏକ ପ୍ରତିଶତ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଥିଲା। ଜାନୁଆରି ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ହୋଇଥିବା ଏହି ଅଧ୍ୟୟନରେ କୋଭାକ୍ସିନ ଟିକା ନେଇଥିବା ୬୩୫ କିଶୋର ଓ ୨୯୧ ପ୍ରାପ୍ତବୟସ୍କଙ୍କୁ ସାମିଲ କରାଯାଇଥିଲା। କିଶୋରମାନଙ୍କଠାରେ ଦେଖାଯାଇଥିବା ସାଧାରଣ ଏଇଏସ୍ଆଇ ମଧ୍ୟରେ ଚର୍ମ ଓ ଚର୍ମତଳି ରୋଗ, ସାଧାରଣ ସମସ୍ୟା ଓ ସ୍ନାୟୁପ୍ରଣାଳୀ ବିକାର ଅନ୍ତର୍ଭୁକ୍ତ। ପ୍ରାପ୍ତବୟସ୍କଙ୍କଠାରେ ସାଧାରଣ ସମସ୍ୟା, ମାଂସପେଶୀ ଓ ଅସ୍ଥିଜନିତ ସମସ୍ୟା ଏବଂ ସ୍ନାୟୁପ୍ରଣାଳୀ ରୋଗ ଦେଖିବାକୁ ମିଳିଥିଲା।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post