ସହରାଞ୍ଚଳରେ ରହୁଥିବା ଯୁବବର୍ଗଙ୍କୁ ସେମାନଙ୍କ ମନଲାଖି କାମ ମିଳୁନି। ସେଥିପାଇଁ ଅଧିକାଂଶ ପିଲା ଚାକିରି କରିବା ବଦଳରେ ବେକାର ହୋଇ ବସିବାକୁ ପସନ୍ଦ ଅଧିକ କରୁଛନ୍ତି। ବୋଧହୁଏ ସେଥିପାଇଁ ଓଡ଼ିଶାର ସହରାଞ୍ଚଳରେ ଥିବା ୧୫-୨୯ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ବେକାରି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। କେନ୍ଦ୍ର ସରକାର ଜାରି କରିଥିବା ୨୦୨୪ ଜାନୁଆରି-ମାର୍ଚ୍ଚ ତ୍ରୈମାସିକର ‘ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ’କୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ରାଜ୍ୟର ସହରାଞ୍ଚଳରେ ୧୫-୨୯ ବର୍ଷ ବୟସ ବର୍ଗରେ ବେକାରି ହାର ୨୩.୩ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ବର୍ଷକ ପୂର୍ବରୁ ଏହି ହାର ୨୨.୯ ପ୍ରତିଶତ ଥିଲା। ଏହି ବର୍ଗରେ ମହିଳାଙ୍କ ବେକାରି ହାର ୩୦ ପ୍ରତିଶତ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ତାହା ୨୦.୬ ପ୍ରତିଶତ ରହିଛି। ଅର୍ଥାତ ଯୁବକଙ୍କ ତୁଳନାରେ ଯୁବତୀକମାନେ ଅଧିକ ବେକାର ରହିଛନ୍ତି ବୋଲି ପରୋକ୍ଷରେ କୁହାଯାଇଛି। ୨୦୨୩ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ମହିଳା ବେକାରି ହାର ୨୯.୧ ପ୍ରତିଶତ ଏବଂ ପୁରୁଷ ବେକାରି ହାର ୨୦.୮ ପ୍ରତିଶତ ଥିଲା।
Trending
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
Prev Post
Next Post