ୟୁଜିସି-ନେଟ ଜୁନ୍ ୨୦୨୪ ପଞ୍ଜିକରଣର ଶେଷ ତାରିଖ ପୁଣି ବୃଦ୍ଧି କରାଯାଇଛି । ପ୍ରାର୍ଥୀମାନେ ମେ ୧୯ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ । ଯେଉଁ ପ୍ରାର୍ଥୀମାନେ ବର୍ତ୍ତମାନ ସୁଦ୍ଧା ୟୁଜିସି-ନେଟ ଆବେଦନ କରିନାହାନ୍ତି ସେମାନେ ନିମ୍ନରେ ପ୍ରଦତ୍ତ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ମେ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପରୀକ୍ଷା ଫିସ୍ ଜମା କରିପାରିବେ । ମେ ୨୧ରୁ ୨୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ୟୁଜିସି-ନେଟ ୨୦୨୪ ପଞ୍ଜିକରଣ ତାରିଖ ବୃଦ୍ଧି କରାଯାଇଥିଲା । ପ୍ରଥମେ ଜୁନ ୧୬ରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଜୁନ୍ ୧୮ରେ ପରୀକ୍ଷା ହେବା ନେଇ ରିଶ୍ୟୁଡଲ କରାଯାଇଥିଲା । ପ୍ରଥମେ ଅନଲାଇନ୍ ଆପ୍ଲିକେସନ ସବମିସନର ଶେଷ ତାରିଖ ମେ ୧୦ ରହିଥିବା ବେଳେ ପରେ ତାହାକୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ୱୀକୃତିପ୍ରାପ୍ତ ଯେ କୌଣସି ବିଶ୍ୱବିଦ୍ୟାଳୟ / ଶିକ୍ଷାନୁଷ୍ଠନୁଷ୍ଠାନରୁ ମାଷ୍ଟର ଡିଗ୍ରୀ କିମ୍ବା ସମତୂଲ୍ୟ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ୟୁଜିସି-ନେଟ୍ ପାଇଁ ଆବେଦନ କରିପାରବେ ।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post