ଗୁଗଲ ଟ୍ରାନ୍ସଲେଟ ସମାପ୍ତି
ଆଜି OpenAI ଏହାର ଅପଡେଟରେ GPT 4o ଲଞ୍ଚ କରିଛି । ଏହା କମ୍ପାନୀର ନୂଆ ଫ୍ଲାଗସିପ୍ ମଡେଲ୍ ଯେଉଁଥିରେ o ଅର୍ଥ omni ଅଟେ । ଏହି ଏଆଇ ଟୁଲ୍ ଟେକ୍ସଟ୍, ଅଡିଓ ଓ ଭିଡିଓ ସହ ଆସିଥାଏ । ଏହାକୁ ଆପଣ ChatGPT –ଆପ୍ ରେ ହିଁ ଆକ୍ସେସ୍ କରିପାରିବେ ।GPT 4oକୁ ଫ୍ରି ଓ ପେଡ୍ ଉଭୟ ୟୁଜର୍ସଙ୍କ ଲାଗି ଜାରି କରାଯାଇଛି । ତେବେ ଏହାର ସମସ୍ତ ଫିଚର ଏବେ ସାମ୍ନାକୁ ଆସିନାହିଁ । ଏହି ପ୍ଲାଟଫର୍ମ ଜରିଆରେ କମ୍ପାନୀ ଟେକ୍ସଟ୍, ଅଡିଓ ଓ ଭିଡିଓକୁ ପରସ୍ପର ସହ ଯୋଡି ପାରିଛି । ଏହି ଟୁଲ୍ ରିଅଲ୍ ଟାଇମ୍ ଟ୍ରାନ୍ସଲେସନ ବି କରିପାରିବ ଯାହା ବହୁତ ଉପାଦେୟ ସାବ୍ୟସ୍ତ ହେବ ।ଏହାର ଟ୍ରାନସଲେସନ ଦକ୍ଷତାକୁ କମ୍ପାନୀ ଏକ ଭିଡିଓ ଜରିଆରେ ପ୍ରଦର୍ଶିତ କରିଛି । ଏହି ଟୁଲ୍ କୌଣସି ଫିଲ୍ମରେ ବ୍ୟବହାର ହେଉଥିବା ଏଆଇ ପରି ଅନୁଭବ ହେବ । GPT 4o ରିଅଲ୍ ଟାଇମ୍ ଟ୍ରାନସଲେସନ ବେଶ୍ ଭଲ ଭାବରେ କରିଥାଏ । ଏକ ଭିଡିଓରେ ଏହି ଟୁଲ୍ ଦୁଇ ଜଣଙ୍କ ମଧ୍ୟରେ ଏକ ଟ୍ରାନସଲେଟର କାମ କରୁଥିବାର ଦେଖାଯାଇଛି । ଏହା ସାହାଯ୍ୟରେ ଉଭୟ ୟୁଜର୍ସ ବେଶ୍ ସହଜରେ ନିଜ ନିଜ ଭାଷାରେ କଥା ହୋଇପାରୁଛନ୍ତି । ଯଦି ଆପଣ ହିନ୍ଦୀ କହୁଛନ୍ତି ଓ ଅନ୍ୟ ଜଣେ ୟୁଜର କେବଳ ଇଂରାଜୀ ଜାଣନ୍ତି ତେବେ ଆପଣ ଏହି ଟୁଲ୍ ସହାୟତାରେ ବିନା କୌଣସି ସମସ୍ୟାରେ ପରସ୍ପର ସହ କଥା ହୋଇପାରିବେ ।