ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇରେ ପଞ୍ଜୀକୃତ ଷ୍ଟକ୍ଗୁଡିକର ଶେୟାର ବଡ ଧରଣର କମିଥିଲାବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି। ଏପରିକି ଦିନକରେ ନିବେଶକ ୭(୭,୩୪,୫୧୩.୪୮କୋଟି) ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି।ଉଲ୍ଲେଖଯୋଗ୍ୟ, ଷ୍ଟକ୍ ବଜାରର ସୂଚନା ଅନୁଯାୟୀ, ଗୁରୁବାର ନିବେଶକମାନେ ପ୍ରାୟ ୭.୩୪ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବାବେଳେ ପୁଞ୍ଜିବଜାରର ମୂଲ୍ୟ ୩,୯୩,୩୪,୮୯୬.୧୪ କୋଟିରେ ପହଞ୍ଚତ୍ଛି। ପୂର୍ବ ଦିନର ବଜାର କାରବାର ଶେଷ ସୁଦ୍ଧା ବଜାର ମୂଲ୍ୟ ୪,୦୮,୪୯,୭୬୭.୯୦ କୋଟିରେ ଥିଲା। ସେହିଭଳି ଗୁରୁବାର ଦଲାଲ ଷ୍ଟ୍ରିଟ୍ର କାରବାର ପ୍ରାରମ୍ଭରୁ ତଳମୁହଁା (ହ୍ରାସ) ହୋଇଥିତ୍ଲାବେଳେ କାର୍ଯ୍ୟଦିବସର ଶେଷ ପର୍ଯ୍ୟନ୍ତ ଏହି ଧାରା ଜାରି ରହିଥିଲା।ଏପରିକି ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୧୦୬୨.୨୨ ପଏଣ୍ଟ ବା ୧.୪୫% କମି ୭୨,୪୦୪.୧୭ ଅଙ୍କରେ ରହିଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି-୫୦ରେ ମଧ୍ୟ ୩୪୫.୦୦ ପଏଣ୍ଟ ବା ୧.୫୫% ହ୍ରାସ ଘଟି ୨୧.୯୫୭.୫୦ ଅଙ୍କାରେ କାରବାର ବନ୍ଦ ହୋଇଥିଲା। ସେହିପରି ନିଫ୍ଟି ମିଡ୍କ୍ୟାପ ୯୨୭.୧୫ ପଏଣ୍ଟ ବା ୧.୮୫% କମି ୪୯,୧୦୯.୧୫ ଅଙ୍କରେ ରହିଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୨୨୮.୮୫ ପଏଣ୍ଟ ବା ୩.୦୦% ହ୍ରାସ ଘଟି ୭୩୯୦.୯୦ ଅଙ୍କରେ ପହଞ୍ଚଛି।ଅପରପକ୍ଷରେ ନିଫ୍ଟି ବ୍ୟାଙ୍କ ୫୩୩.୨୦ ପଏଣ୍ଟ ବା ୧.୧୧% ଖସି ୪୭,୪୮୭.୯୦ ଅଙ୍କରେ ରହିଛି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post