ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇରେ ପଞ୍ଜୀକୃତ ଷ୍ଟକ୍ଗୁଡିକର ଶେୟାର ବଡ ଧରଣର କମିଥିଲାବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି। ଏପରିକି ଦିନକରେ ନିବେଶକ ୭(୭,୩୪,୫୧୩.୪୮କୋଟି) ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି।ଉଲ୍ଲେଖଯୋଗ୍ୟ, ଷ୍ଟକ୍ ବଜାରର ସୂଚନା ଅନୁଯାୟୀ, ଗୁରୁବାର ନିବେଶକମାନେ ପ୍ରାୟ ୭.୩୪ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବାବେଳେ ପୁଞ୍ଜିବଜାରର ମୂଲ୍ୟ ୩,୯୩,୩୪,୮୯୬.୧୪ କୋଟିରେ ପହଞ୍ଚତ୍ଛି। ପୂର୍ବ ଦିନର ବଜାର କାରବାର ଶେଷ ସୁଦ୍ଧା ବଜାର ମୂଲ୍ୟ ୪,୦୮,୪୯,୭୬୭.୯୦ କୋଟିରେ ଥିଲା। ସେହିଭଳି ଗୁରୁବାର ଦଲାଲ ଷ୍ଟ୍ରିଟ୍ର କାରବାର ପ୍ରାରମ୍ଭରୁ ତଳମୁହଁା (ହ୍ରାସ) ହୋଇଥିତ୍ଲାବେଳେ କାର୍ଯ୍ୟଦିବସର ଶେଷ ପର୍ଯ୍ୟନ୍ତ ଏହି ଧାରା ଜାରି ରହିଥିଲା।ଏପରିକି ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୧୦୬୨.୨୨ ପଏଣ୍ଟ ବା ୧.୪୫% କମି ୭୨,୪୦୪.୧୭ ଅଙ୍କରେ ରହିଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି-୫୦ରେ ମଧ୍ୟ ୩୪୫.୦୦ ପଏଣ୍ଟ ବା ୧.୫୫% ହ୍ରାସ ଘଟି ୨୧.୯୫୭.୫୦ ଅଙ୍କାରେ କାରବାର ବନ୍ଦ ହୋଇଥିଲା। ସେହିପରି ନିଫ୍ଟି ମିଡ୍କ୍ୟାପ ୯୨୭.୧୫ ପଏଣ୍ଟ ବା ୧.୮୫% କମି ୪୯,୧୦୯.୧୫ ଅଙ୍କରେ ରହିଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୨୨୮.୮୫ ପଏଣ୍ଟ ବା ୩.୦୦% ହ୍ରାସ ଘଟି ୭୩୯୦.୯୦ ଅଙ୍କରେ ପହଞ୍ଚଛି।ଅପରପକ୍ଷରେ ନିଫ୍ଟି ବ୍ୟାଙ୍କ ୫୩୩.୨୦ ପଏଣ୍ଟ ବା ୧.୧୧% ଖସି ୪୭,୪୮୭.୯୦ ଅଙ୍କରେ ରହିଛି।
Trending
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
Prev Post
Next Post