ମେଟ୍ରୋ ଟିଭି ଓଡିଶା (୨ .୩ .୨୦୨୨) :
ଋଷିଆ-ୟୁକ୍ରେନ୍ ଯୁଦ୍ଧ ହୋଇପାରେ ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା । ଥରେ ଯୁଦ୍ଧ ଆରମ୍ଭ ହୋଇଗଲେ ଶ୍ମଶାନ ପାଲଟିଯିବ ଦୁନିଆ । ବିଶ୍ୱର ଶକ୍ତିଶାଳୀ ଦେଶ ଗୁଡ଼ିକ ମୁହାଁମୁହିଁ ହେବେ । ମଣିଷକୃତ ବିଭୀଷିକା ଧ୍ୱଂସଲୀଳା ରଚିବ । କୋଟି କୋଟି ଲୋକ କଲବଳ ହୋଇ ଜୀବନ ହରାଇବେ । କ୍ଷଣିକରେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଯିବ । ବସିଥିବା ଅବସ୍ଥାରେ ଲୋକ ଚମଡ଼ା ଜଳି ଖସିବାରେ ଲାଗିବ । ବୋମା ବିସ୍ଫୋରଣ ଭିତରେ ମଣିଷ ସମାଜର କଣ୍ଠରୋଧ ହୋଇଯିବ । ହାହାକାର ଓ ବିକଳ କାନ୍ଦଣାରେ ଗୁଞ୍ଜରିତ ହେବ ପୃଥିବୀ ।

ପରମାଣୁ ଆକ୍ରମଣ ହେଲେ ସବୁ କିଛି ଛାରଖାର ହୋଇଯିବ । ଅଗଷ୍ଟ ୧୯୪୫ରେ ଆମେରିକା ଉପରେ ପରମାଣୁ ଆକ୍ରମଣ କରିବା ପରେ ଏପରି କିଛି ଘଟିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିମା ଏବଂ ନାଗାସାକି ପରି ଦୁଇ ସହର ଉପରେ ପରମାଣୁ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ କିଛି ମିନିଟ୍ ମଧ୍ୟରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । କ୍ଷମତା, ଅହଙ୍କାରର ଯୁଦ୍ଧରେ ସବୁ କିଛି ଜଳିଗଲା । ପରମାଣୁ ଆକ୍ରମଣ କରିବା ପରେ ମଧ୍ୟ ବର୍ଷ ବର୍ଷ ଧରି ଲୋକ ମରିବାକୁ ଲାଗିଲେ । ପୀଢ଼ି ପୀଢ଼ି ପରେ ବିକଳାଙ୍ଗ ଶିଶୁ ଜନ୍ମ ନେଉଥିଲେ । ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପରମାଣୁ ଯୁଦ୍ଧର ଆଶଙ୍କା ପୁଣି ବଢ଼ିବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚି ସାରିଥିବା ବେଳେ ବିପଦକୁ ଏଡ଼ାଇ ଦିଆଯାଇନପାରେ ।

ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି । ସେପଟେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି ସମସ୍ତଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି । ଉଭୟ ଦେଶର ଯୁଦ୍ଧ ମଧ୍ୟରେ କେହି ହସ୍ତକ୍ଷେପ କଲେ ପରିଣାମ ଭୟଙ୍କର ହେବ । ବିଶେଷଜ୍ଞମାନେ ପୁଟିନଙ୍କ ଏହି ଚେତାବନୀକୁ ପରମାଣୁ ଯୁଦ୍ଧର ବିପଦ ସହ ଯୋଡି ଦେଖୁଛନ୍ତି । ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ନକରିବାକୁ ସ୍ୱିଜରଲ୍ୟାଣ୍ଡର ଏକ ସଂସ୍ଥା, ଆନ୍ତର୍ଜାତୀୟ ଅଭିଯାନ (ICAN) ଚଳାଇଛି ୨୦୧୭ରେ । ଏହି ସଂସ୍ଥା ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ପାଇଛି । ICAN ଅନୁସାରେ, ଗୋଟିଏ ପରମାଣୁ ବୋମା କ୍ଷଣିକ ମଧ୍ୟରେ କୋଟି କୋଟି ଲୋକଙ୍କୁ ଶେଷ କରିଦେବ । ଗୋଟିଏରୁ ଅଧିକ ପରମାଣୁ ବୋମା ପଡ଼ିଲେ କେବଳ ଲୋକଙ୍କ ମୃତ୍ୟୁ ହେବ ନାହିଁ, ବରଂ ପୃଥିବୀର ଜଳବାୟୁ ତଥା ପାଣିପାଗ ବିଗିଡିଯିବ ।