ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ନୂଆ ଯୋଜନା ପ୍ରଣୟନ କରିବା ସହିତ ନୂଆ ବ୍ୟବସ୍ଥା ମଧ୍ୟ ଲାଗୁ କରୁଛନ୍ତି । ତେବେ ଛାତ୍ରଛାତ୍ରୀଙ୍କର ଗଣିତ ପାଠକୁ ସହଜସାଧ୍ୟ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ଏକ ଆପ୍ ପ୍ରସ୍ତୁତ କରାଯାଇଥିବା ବେଳେ ଉକ୍ତ ଆପରେ ଥିବା ଗେମ୍ ମାଧ୍ୟମରେ ପିଲାମାନେ ସହଜରେ ଗଣିତ ପାଠ ବୁଝି ପାରିବେ ।ସାଧାରଣ ଭାବେ ଅନେକ ଛାତ୍ରଛାତ୍ରୀଙ୍କ ପକ୍ଷେ ଗଣିତ ପାଠ ବୁଝିବା ଏତେ ସହଜ ହୋଇନଥାଏ । ତେଣୁ ସବୁ ପିଲାଙ୍କୁ ଗଣିତ ବିଷୟରେ ଦକ୍ଷ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଅକ୍ଷର ଫାଉଣ୍ଡେସନ ତରଫରୁ ଏକ ଫ୍ରି ଗେମିଫାଏଡ୍ ଗଣିତ ବିଷୟ ଆପ୍ ‘ବିଲ୍ଡିଂ ବ୍ଲକ (ବିବି) ବିକଶିତ କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଗଣିତ ପାଠ୍ୟ ପୁସ୍ତକର କ୍ୟୁଆର କୋଡ୍ ସହିତ ଏହି ଆପକୁ ସଂଯୋଗ କରାଯାଇଛି ଓ ଦୀକ୍ଷା ଆପରେ ମଧ୍ୟ ଅପଲୋଡ୍ କରାଯାଇଛି ।ଦୀକ୍ଷା ପୋର୍ଟାଲରେ ଅପଲୋଡ୍ ହୋଇଥିବା ଏହି ଆପକୁ ବ୍ୟବହାର କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀମାନେ ମୋବାଇଲ ଆପରେ ରହିଥିବା ଗେମ୍ ମାଧ୍ୟମରେ କିପରି ସହଜରେ ଗଣିତ ବୁଝିପାରିବେ ସେଥିପାଇଁ ବିବି ଆପକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ସମସ୍ତ ଗେମ୍ ସହିତ ଗଣିତ ପାଠ୍ୟପୁସ୍ତକ ଓ କ୍ୟୁଆର କୋଡକୁ ସଂଯୋଗ କରାଯାଇଥିବା ବେଳେ ତାହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ କାମ କରୁଛି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା