ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ନୂଆ ଯୋଜନା ପ୍ରଣୟନ କରିବା ସହିତ ନୂଆ ବ୍ୟବସ୍ଥା ମଧ୍ୟ ଲାଗୁ କରୁଛନ୍ତି । ତେବେ ଛାତ୍ରଛାତ୍ରୀଙ୍କର ଗଣିତ ପାଠକୁ ସହଜସାଧ୍ୟ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ଏକ ଆପ୍ ପ୍ରସ୍ତୁତ କରାଯାଇଥିବା ବେଳେ ଉକ୍ତ ଆପରେ ଥିବା ଗେମ୍ ମାଧ୍ୟମରେ ପିଲାମାନେ ସହଜରେ ଗଣିତ ପାଠ ବୁଝି ପାରିବେ ।ସାଧାରଣ ଭାବେ ଅନେକ ଛାତ୍ରଛାତ୍ରୀଙ୍କ ପକ୍ଷେ ଗଣିତ ପାଠ ବୁଝିବା ଏତେ ସହଜ ହୋଇନଥାଏ । ତେଣୁ ସବୁ ପିଲାଙ୍କୁ ଗଣିତ ବିଷୟରେ ଦକ୍ଷ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଅକ୍ଷର ଫାଉଣ୍ଡେସନ ତରଫରୁ ଏକ ଫ୍ରି ଗେମିଫାଏଡ୍ ଗଣିତ ବିଷୟ ଆପ୍ ‘ବିଲ୍ଡିଂ ବ୍ଲକ (ବିବି) ବିକଶିତ କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଗଣିତ ପାଠ୍ୟ ପୁସ୍ତକର କ୍ୟୁଆର କୋଡ୍ ସହିତ ଏହି ଆପକୁ ସଂଯୋଗ କରାଯାଇଛି ଓ ଦୀକ୍ଷା ଆପରେ ମଧ୍ୟ ଅପଲୋଡ୍ କରାଯାଇଛି ।ଦୀକ୍ଷା ପୋର୍ଟାଲରେ ଅପଲୋଡ୍ ହୋଇଥିବା ଏହି ଆପକୁ ବ୍ୟବହାର କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀମାନେ ମୋବାଇଲ ଆପରେ ରହିଥିବା ଗେମ୍ ମାଧ୍ୟମରେ କିପରି ସହଜରେ ଗଣିତ ବୁଝିପାରିବେ ସେଥିପାଇଁ ବିବି ଆପକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ସମସ୍ତ ଗେମ୍ ସହିତ ଗଣିତ ପାଠ୍ୟପୁସ୍ତକ ଓ କ୍ୟୁଆର କୋଡକୁ ସଂଯୋଗ କରାଯାଇଥିବା ବେଳେ ତାହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ କାମ କରୁଛି ।
Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ