ମେଟ୍ରୋ ଟିଭି ଓଡିଶା (୨ .୩ .୨୦୨୨) : ୟୁରୋପୀୟ ସଂଘର ସଦସ୍ୟଙ୍କ ଆଗରେ ଯୁକ୍ରନେ ରାଷ୍ଟ୍ରପତି ଜେଲେନେସ୍କି ଦେଲେ ଇମୋସନାଲ ଭାଷଣ | କନ୍ଦାଇ ଦେଲେ ସମସ୍ତ ସଦସ୍ୟଙ୍କୁ | ନିଜର ହକ ପାଇଁ ଲଢ଼ୁଚୁ ବୋଲି କହିଲେ | ସମସ୍ତଙ୍କ ସହଯୋଗ ଆଶା କଲେ | ଦେଶର ବିଜୟ ହେବ ବୋଲି କହିଲେ | ରୁଷ ପକ୍ଷରୁ ଆକ୍ରମଣ ଜାରି ରହିଥିବା ବେଳେ ଯୁକ୍ରନେ ରାଷ୍ଟ୍ରପତି ୟୁଙ୍କ ଭାଷଣ ଏତେ ଇମୋସନାଲ ଥିଲା ଯେ ଜର୍ମାନ ନ୍ୟୁଜ ସର୍ଭିସ ବେଲ୍ଟ ପାଇଁ କାମ କରୁଥିବା ଟ୍ରାନ୍ସଲେଟର କାନ୍ଦି ପକାଇଥିଲେ |ଯୁକ୍ରନେ ରାଷ୍ଟ୍ରପତି କହିଥିଲେ ଯେ ୟୁରୋପୀୟ ସଂଘ ତତ୍କାଳ ଯୁକ୍ରନେକୁ ସଦସ୍ୟତା ଦେଇ ସମର୍ଥନ କରିବା ଉଚିତ | ଜେଲେନେସ୍କି କହିଥିଲେ ଯେ ଆମେ ଆମ ଭୂମି ଓ ସ୍ୱତନ୍ତ୍ରତା ପାଇଁ ଲଢ଼ି କରୁଛୁ | ଆମର ସବୁ ସହର ଉପରେ ଆକ୍ରମଣ ଜାରି ରହିଛି |ଏହା ପରେ ମଧ୍ୟ କେହି ଆମକୁ ଭାଙ୍ଗି ପାରିବେ ନାହିଁ | ଆମେ ଯୁକ୍ରନେ, ଆମେ ମଜବୁତ | ରୁଷର ଆକ୍ରମଣକୁ ସେ ଆତଙ୍କବାଦ ବୋଲି କହିବା ସହ ନ ଆମେ ଏହାକୁ ଭୁଲିବୁ ନା ଆମେ ଏଥିପାଇଁ କ୍ଷମା କରିବୁ |

ଆମେ ଆମ ସ୍ୱାଧୀନତା ପାଇଁ ଲଢୁଛୁ ଓ ୟୁରୋପୀୟ ସଂଘର ସଦସ୍ୟତା ହେବା ପାଇଁ ମଧ୍ୟ ଲଡ଼ୁଛୁ | ଆପଣମାନେ ଆମ ସହ ଅଛନ୍ତି ସାବ୍ୟସ୍ତ କରନ୍ତୁ | ସାବ୍ୟସ୍ତ କରନ୍ତୁ ଯେ ଆପଣମାନେ ସମସ୍ତେ ୟୁରୋପୀୟ, ବୋଲି ଜେଲେନେସ୍କି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ |
ପୁଣି ଥରେ ଜୀବନ ମୃତ୍ୟୁ ଉପରେ ବିଜୟପ୍ରାପ୍ତ କରିବା ଓ ଆଲୋକ ଅନ୍ଧକାର ଉପରେ ବିଜୟଲାଭ କରିବ ବୋଲି କହି ଭାବପ୍ରବଣ ହୋଇପଡିଥିଲେ |

ଆମ ଲୋକଙ୍କ ଉପରେ ବୋମା ବର୍ଶଣ ହେଉଛି | ଲୋକେ କଷ୍ଟ ମଧ୍ୟରେ ଜୀବନ ବିତାଉଛନ୍ତି | ଲୋକଙ୍କ ଘର ଉପରେ ବୋମା ବର୍ଶଣ ହେଉଛି | ଦେଶର ଲୋକଙ୍କୁ ଆହ୍ୱାନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ଲୋକେ ଦେଶକୁ ବଞ୍ଚାଇବା ପାଇଁ ଆଗେଇ ଆସନ୍ତୁ | ଯୁକ୍ରନେର ବିଜୟ ହେଉଁକହିଥିଲେ |