ରୁଷ୍‌ ଆକ୍ରମଣରେ ୟୁକ୍ରେନର ଡାକ୍ତରଖାନା ଧ୍ୱଂଶ ବିଚ୍ଛନ

russian-paratroops-land-in-ukraines-kharkiv-attack-local-hospita

ମେଟ୍ରୋ ଟିଭି ଓଡିଶା (୨ .୩ .୨୦୨୨) : ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭରେ ଋଷର ସାମରିକ ଅପରେସନ ଜାରି ରହିଛି । ରକେଟ ଓ ଗୋଳାମାଡ ଯୋଗୁ ସହରର ବ୍ୟାପକ କ୍ଷତି ଘଟିଛି । ଗୋଟାଏ ଦିନ ବୋମା ବିସ୍ଫୋରଣ ହେବା ପରେ ଆଜି ପୂର୍ବାଞ୍ଚଳ ୟୁକ୍ରେନୀୟ ନଗରୀ ଖାର୍‌କିଭ୍‌ରେ ରୁଷ୍‌ ଲଢୁଆ ବିମାନରୁ ପାରାସୁଟ୍‌ ଯୋଗେ ଅବତରଣ କରିଥିବା ରୁଷୀୟ ସୈନିକମାନେ ଗୋଟାଏ ସ୍ଥାନୀୟ ଡାକ୍ତରଖାନାରେ ଆକ୍ରମଣ କରିଛନ୍ତି। ୟୁକ୍ରେନୀୟ ସେନା କହିଛି, ଆକାଶମାର୍ଗରେ ଆସିଥିବା ରୁଷୀୟ ସୈନିକମାନେ ଖାର୍‌କିଭ୍‌ରେ ଅବତରଣ କରି ଗୋଟାଏ ଆଞ୍ଚଳିକ ଡାକ୍ତରଖାନା ଉପରେ ଆକ୍ରମଣ କରିଛି। ସେମାନଙ୍କ ସହ ୟୁକ୍ରେନ୍‌ ସୈନିକମାନେ ଲଢ଼େଇ କରୁଛନ୍ତି। ଆଜି ରୁଷୀୟ ଆକ୍ରମଣ ତୀବ୍ରତର ହେବାରୁ ଜନସାଧାରଣଙ୍କୁ ସ୍ଥାନୀୟ ପରିସ୍ଥିତି ଏବଂ ନିରାପତ୍ତା ପଦକ୍ଷେପ ସଂକ୍ରାନ୍ତ ସୂଚନା ଏବଂ ସଙ୍କଟଜନକ ଖବର ୟୁକ୍ରେନ୍‌ର ‘ଷ୍ଟେଟ୍‌ ଇମର୍ଜନ୍‌ସି ସର୍ଭିସେସ୍‌’ ‘ ହ୍ୱାଟ୍ସଅପ’ ରେ ‌‘ହେଲ୍‌ପଲାଇନ୍‌ ନମ୍ବର’ ଶୁଭାରମ୍ଭ କରିଛି।


ସେହିପରି, ଚେର୍ଣ୍ଣିହିଭ୍‌ ଅଞ୍ଚଳରେ ବଖମାଚ୍‌ ନଗରୀ ଅଭିମୁଖେ ଅଗ୍ରସର ହେଉଥିବା ରୁଷୀୟ ସେନାର ଗତି ମନ୍ଥର କରିବା ଲାଗି ସାହସୀ ୟୁକ୍ରେନୀୟ ନାଗରିକମାନେ ରୁଷ୍‌ କମାଣ ଉପରେ ଚଢ଼ିଯାଉଛନ୍ତି। ଜାତିସଂଘ ଶରଣାର୍ଥୀ ଏଜେନ୍‌ସି କହିଛି, ରୁଷୀୟ ଆକ୍ରମଣ ହେବା ଠାରୁ ୬୭୭,୦୦୦ ଲୋକେ ୟୁକ୍ରେନ୍‌ ଛାଡ଼ି ପଳାଇଛନ୍ତି। ପଳାୟନକାରୀଙ୍କ ସଂଖ୍ୟା ଦ୍ରୁତ ବ୍ରୁଦ୍ଧି ପାଉଛି। ୟୁକ୍ରେନୀୟ ଗଣମାଧ୍ୟମ ‘ଦି କିବ୍‌ ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ ଅନୁସାରେ, ବିଭିନ୍ନ ଦେଶ ଓ ସଙ୍ଗଠନ ବ୍ୟାପକ ଆର୍ଥିକ ଏବଂ ଅନ୍ୟାନ୍ୟ କଟକଣା ଜାରି କରିବା ପରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ ଗୋଟାଏ ଘୋଷଣାନାମାରେ ସ୍ଵାକ୍ଷର କରିଛନ୍ତି। ଏଥିରେ କୌଣସି ରୁଷୀୟ ନାଗରିକ ୧୦,୦୦୦ ଆମେରିକୀୟ ଡଲାର୍‌ରୁ ଅଧିକ ଅର୍ଥ ନେଇ ଦେଶ ଛାଡ଼ି ଯାଇ ପାରିବେ ନାହିଁ।