ଫଳ ଶରୀର ପାଇଁ ବହୁ ଉପକାରୀ। ତେଣୁ ସମସ୍ତେ ନିଜ ଖାଦ୍ୟ ସାରଣୀରେ ଫଳକୁ ଯେମିତି ବି ହେଉ ସାମିଲ କରିବାକୁ ଚେଷ୍ଟା କରିଥାନ୍ତି। ହେଲେ ଫଳ କିଣିବାବେଳେ ଯଦି ଭଲ ଫଳ ବାଛି ନ ଆଣିବା ତେବେ ସ୍ବାସ୍ଥ୍ୟ ଖରାପ ହେବାର ବି ଆଶଙ୍କା ଥାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଭଲ ଫଳ କିଣିବାରେ ଆମକୁ ଫଳ ଉପରର ଷ୍ଟିକର ସାହାଯ୍ୟ କରିପାରିବ। ହେଲେ ଅନେକେ ଏ ସମ୍ପର୍କରେ ନ ଜାଣିଥିବା ହେତୁ ଏହାକୁ ଅଣଦେଖା କରିଦଅନ୍ତି। ଜାଣି ରଖନ୍ତୁ ଏଇ ଷ୍ଟିକର୍ରେ ଥାଏ ଏକ କୋଡ୍, ଯାହାକି ଫଳ ସମ୍ପର୍କରେ ଦେଇଥାଏ ତଥ୍ୟ, ଯେମିତିକି ଏହାର ଗୁଣବତ୍ତା। ଷ୍ଟିକର ମାଧ୍ୟମରେ ଜାଣିହେବ କେଉଁ ଫଳକୁ ରାସାୟନିକ ସାର ବ୍ୟବହାର କରି ଉତ୍ପାଦନ କରାଯାଇଛି ଓ କାହାକୁ ପ୍ରାକୃତିକ ତଥା ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତେଣୁ କୋଡ୍ ଦ୍ୱାରା ଭଲ ଫଳ ବାଛିବା ସହଜ ହୋଇଯାଏ। ଫଳ ଉପରର ଷ୍ଟିକର୍ରେ ଥିବା ଏହି କୋଡ୍କୁ ପିଏଲ୍ୟୁ (ପ୍ରାଇସ୍ ଲୁକ୍ ଅପ୍ ) କୋଡ୍ କୁହାଯାଏ। ଫଳ ଉପରେ ଲାଗିଥିବା ଚାରି ଅଙ୍କର ପିଏଲୟୁ କୋଡ୍, ଯାହାକି ୩ ବା ୪ରୁ ଆରମ୍ଭ ହୁଏ ତା’ର ଅର୍ଥ ହେଉଛି ଏହି ଫଳଚାଷରେ ପାରମ୍ପରିକ ପଦ୍ଧତିର ବ୍ୟବହାର ହୋଇଛି। ହେଲେ ଏହା ଅର୍ଗାନିକ ନୁହେଁ। ଏହି ଫଳ ସ୍ବାସ୍ଥ୍ୟପ୍ରତି ବିଶେଷ ହାନିକାରକ ହୋଇ ନ ଥାଏ। ଏହା ଟିକେ ଶସ୍ତାରେ ବି ଉପଲବ୍ଧ ହୁଏ। ନମ୍ବର ୮ରୁ ଆରମ୍ଭ ହେଉଥିବା ପାଞ୍ଚ ଅଙ୍କର କୋଡ୍ କୌଣସି ଫଳ ଅବା ପନିପରିବା ଉପରେ ଥିଲେ ତାହା ଜିଏମ୍ଓ(ଜେନେଟିକାଲି ମୋଡିଫାଏଡ ଅର୍ଗାନିଜମ୍) ଦ୍ୱାରା ଚାଷ ହୋଇଛି। ହେଲେ ଫଳ କିଣିବାବେଳେ ଯଦି ଦେଖିବେ କି ପାଞ୍ଚ ଅଙ୍କର କୋଡ୍ ୯ ରୁ ଆରମ୍ଭ ହେଉଛି, ତେବେ ସେହି ଫଳକୁ ବିନା କୀଟନାଶକ ବ୍ୟବହାରରେ ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତା’ସହ ଏହାକୁ ଚାଷ କଲାବେଳେ ପୁରାତନ ପଦ୍ଧତିର ବ୍ୟବହାର ବି ହୋଇଛି। ତେଣୁ ଏହି ଫଳ ସ୍ବାସ୍ଥ୍ୟ ପାଇଁ ହିତକର।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post