ଫଳ ଶରୀର ପାଇଁ ବହୁ ଉପକାରୀ। ତେଣୁ ସମସ୍ତେ ନିଜ ଖାଦ୍ୟ ସାରଣୀରେ ଫଳକୁ ଯେମିତି ବି ହେଉ ସାମିଲ କରିବାକୁ ଚେଷ୍ଟା କରିଥାନ୍ତି। ହେଲେ ଫଳ କିଣିବାବେଳେ ଯଦି ଭଲ ଫଳ ବାଛି ନ ଆଣିବା ତେବେ ସ୍ବାସ୍ଥ୍ୟ ଖରାପ ହେବାର ବି ଆଶଙ୍କା ଥାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଭଲ ଫଳ କିଣିବାରେ ଆମକୁ ଫଳ ଉପରର ଷ୍ଟିକର ସାହାଯ୍ୟ କରିପାରିବ। ହେଲେ ଅନେକେ ଏ ସମ୍ପର୍କରେ ନ ଜାଣିଥିବା ହେତୁ ଏହାକୁ ଅଣଦେଖା କରିଦଅନ୍ତି। ଜାଣି ରଖନ୍ତୁ ଏଇ ଷ୍ଟିକର୍ରେ ଥାଏ ଏକ କୋଡ୍, ଯାହାକି ଫଳ ସମ୍ପର୍କରେ ଦେଇଥାଏ ତଥ୍ୟ, ଯେମିତିକି ଏହାର ଗୁଣବତ୍ତା। ଷ୍ଟିକର ମାଧ୍ୟମରେ ଜାଣିହେବ କେଉଁ ଫଳକୁ ରାସାୟନିକ ସାର ବ୍ୟବହାର କରି ଉତ୍ପାଦନ କରାଯାଇଛି ଓ କାହାକୁ ପ୍ରାକୃତିକ ତଥା ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତେଣୁ କୋଡ୍ ଦ୍ୱାରା ଭଲ ଫଳ ବାଛିବା ସହଜ ହୋଇଯାଏ। ଫଳ ଉପରର ଷ୍ଟିକର୍ରେ ଥିବା ଏହି କୋଡ୍କୁ ପିଏଲ୍ୟୁ (ପ୍ରାଇସ୍ ଲୁକ୍ ଅପ୍ ) କୋଡ୍ କୁହାଯାଏ। ଫଳ ଉପରେ ଲାଗିଥିବା ଚାରି ଅଙ୍କର ପିଏଲୟୁ କୋଡ୍, ଯାହାକି ୩ ବା ୪ରୁ ଆରମ୍ଭ ହୁଏ ତା’ର ଅର୍ଥ ହେଉଛି ଏହି ଫଳଚାଷରେ ପାରମ୍ପରିକ ପଦ୍ଧତିର ବ୍ୟବହାର ହୋଇଛି। ହେଲେ ଏହା ଅର୍ଗାନିକ ନୁହେଁ। ଏହି ଫଳ ସ୍ବାସ୍ଥ୍ୟପ୍ରତି ବିଶେଷ ହାନିକାରକ ହୋଇ ନ ଥାଏ। ଏହା ଟିକେ ଶସ୍ତାରେ ବି ଉପଲବ୍ଧ ହୁଏ। ନମ୍ବର ୮ରୁ ଆରମ୍ଭ ହେଉଥିବା ପାଞ୍ଚ ଅଙ୍କର କୋଡ୍ କୌଣସି ଫଳ ଅବା ପନିପରିବା ଉପରେ ଥିଲେ ତାହା ଜିଏମ୍ଓ(ଜେନେଟିକାଲି ମୋଡିଫାଏଡ ଅର୍ଗାନିଜମ୍) ଦ୍ୱାରା ଚାଷ ହୋଇଛି। ହେଲେ ଫଳ କିଣିବାବେଳେ ଯଦି ଦେଖିବେ କି ପାଞ୍ଚ ଅଙ୍କର କୋଡ୍ ୯ ରୁ ଆରମ୍ଭ ହେଉଛି, ତେବେ ସେହି ଫଳକୁ ବିନା କୀଟନାଶକ ବ୍ୟବହାରରେ ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତା’ସହ ଏହାକୁ ଚାଷ କଲାବେଳେ ପୁରାତନ ପଦ୍ଧତିର ବ୍ୟବହାର ବି ହୋଇଛି। ତେଣୁ ଏହି ଫଳ ସ୍ବାସ୍ଥ୍ୟ ପାଇଁ ହିତକର।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post