ଭୁବନେଶ୍ୱରରେ ତାତି ଟପିଲା ୪୫ ଡିଗ୍ରୀ ,ଆଜି ଓ ଆସନ୍ତାକାଲି ପାଇଁ ରେଡ ଆଲର୍ଟ

ଡହ ଡହ ତାତିରେ ଫୁଟୁଛି ସାରା ରାଜ୍ୟ । ଦିନ ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ୪୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୫.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଝାରସୁଗୁଡାରେ ମଧ୍ୟ ତାପମାତ୍ରା ୪୪.୨ ଡ଼ିଗ୍ରୀ ରହିଛି । ଏହାସହ ଚାନ୍ଦବାଲିରେ ୪୩.୬ ଡ଼ିଗ୍ରୀ, ରାଉରକେଲାରେ ୪୩.୨ ଡ଼ିଗ୍ରୀ, ସମ୍ବଲପୁରରେ ୪୩.୨ ଡ଼ିଗ୍ରୀ ଏବଂ କେନ୍ଦୁଝରରେ ୪୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି