ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ତରଫରୁ ଏନେଇ ଏକ ବିଜ୍ଞାପନ ପ୍ରକାଶ ପାଇଛି । ମୋଟ ୮ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ରିସର୍ଚ୍ଚ ଆସୋସିଏଟ (ଆରଏ), ସିନିୟର ରିସର୍ଚ୍ଚ ଫେଲୋ (ଏସଆରଏଫ) ଓ ୟଙ୍ଗ ପ୍ରଫେସନାଲ-୨ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ମେ ମାସ ୧୨ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ ।ପ୍ରାର୍ଥୀଙ୍କୁ ପ୍ରଥମେ ଗୁଗଲ ଫର୍ମ ପୂରଣ କରିବା ସହିତ ମାଟ୍ରିକ, ଯୁକ୍ତଦୁଇ, ୟୁଜି ଓ ପିଜି ପ୍ରମାଣପତ୍ରକୁ ସ୍କାନ କରି ସେଗୁଡ଼ିକୁ ଅପଲୋଡ୍ କରିବେ । ଏଥିସହିତ ସେହି ଡକ୍ୟୁମେଣ୍ଟଗୁଡ଼ିକୁ ପ୍ରଦତ୍ତ ଇ-ମେଲ ଆଇଡିରେ ପଠାଇବେ । ରିସର୍ଚ୍ଚ ଆସୋସିଏଟ୍ ପଦ ପାଇଁ ପ୍ରାର୍ଥୀ ବାୟୋଟେକ୍ନୋଲୋଜି / ପ୍ଲାଣ୍ଟ ଫିଜିଓଲୋଜି / ପ୍ଲାଣ୍ଟ ବାୟୋକେମିଷ୍ଟ୍ରି ଆଦି ବିଷୟରେ ପିଏଚ.ଡି କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ମାସିକ ଦରମା ୪୯ ହଜାର ଟଙ୍କା ସହିତ ଏଚଆରଏ ପ୍ରଦାନ କରାଯିବ ।ସେହିପରି ସିନିୟର ରିସର୍ଚ୍ଚ ଫେଲୋ ପଦ ପାଇଁ ପ୍ରାର୍ଥୀ ବାୟୋଟେକ୍ନୋଲୋଜି / ପ୍ଲାଣ୍ଟ ଫିଜିଓଲୋଜି / ପ୍ଲାଣ୍ଟ ବାୟୋକେମିଷ୍ଟ ଆଦି ବିଷୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିବେ । ପ୍ରାର୍ଥୀଙ୍କୁ ମାସିକ ୩୧ ହଜାର ଟଙ୍କା ଦରମା ସହିତ ଏଚଆରଏ ପ୍ରଦାନ କରାଯିବ । ୟଙ୍ଗ ପ୍ରଫେସନାଲ-୨ ପଦ ପାଇଁ ପ୍ରାର୍ଥୀ ବାୟୋଟେକ୍ନୋଲୋଜି / ପ୍ଲାଣ୍ଟ ଫିଜିଓଲୋଜି / ପ୍ଲାଣ୍ଟ ବାୟୋକେମିଷ୍ଟରେ ପୋଷ୍ଟଗ୍ରାଜୁଏଟ ଡିଗ୍ରୀ କରିଥିବେ । ପ୍ରାର୍ଥୀଙ୍କ ମାସିକ ୪୨ ହଜାର ଟଙ୍କା ନେଇ ସ୍ଥିର ହୋଇଛି ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
Prev Post
Next Post