ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ତରଫରୁ ଏନେଇ ଏକ ବିଜ୍ଞାପନ ପ୍ରକାଶ ପାଇଛି । ମୋଟ ୮ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ରିସର୍ଚ୍ଚ ଆସୋସିଏଟ (ଆରଏ), ସିନିୟର ରିସର୍ଚ୍ଚ ଫେଲୋ (ଏସଆରଏଫ) ଓ ୟଙ୍ଗ ପ୍ରଫେସନାଲ-୨ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ମେ ମାସ ୧୨ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ ।ପ୍ରାର୍ଥୀଙ୍କୁ ପ୍ରଥମେ ଗୁଗଲ ଫର୍ମ ପୂରଣ କରିବା ସହିତ ମାଟ୍ରିକ, ଯୁକ୍ତଦୁଇ, ୟୁଜି ଓ ପିଜି ପ୍ରମାଣପତ୍ରକୁ ସ୍କାନ କରି ସେଗୁଡ଼ିକୁ ଅପଲୋଡ୍ କରିବେ । ଏଥିସହିତ ସେହି ଡକ୍ୟୁମେଣ୍ଟଗୁଡ଼ିକୁ ପ୍ରଦତ୍ତ ଇ-ମେଲ ଆଇଡିରେ ପଠାଇବେ । ରିସର୍ଚ୍ଚ ଆସୋସିଏଟ୍ ପଦ ପାଇଁ ପ୍ରାର୍ଥୀ ବାୟୋଟେକ୍ନୋଲୋଜି / ପ୍ଲାଣ୍ଟ ଫିଜିଓଲୋଜି / ପ୍ଲାଣ୍ଟ ବାୟୋକେମିଷ୍ଟ୍ରି ଆଦି ବିଷୟରେ ପିଏଚ.ଡି କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ମାସିକ ଦରମା ୪୯ ହଜାର ଟଙ୍କା ସହିତ ଏଚଆରଏ ପ୍ରଦାନ କରାଯିବ ।ସେହିପରି ସିନିୟର ରିସର୍ଚ୍ଚ ଫେଲୋ ପଦ ପାଇଁ ପ୍ରାର୍ଥୀ ବାୟୋଟେକ୍ନୋଲୋଜି / ପ୍ଲାଣ୍ଟ ଫିଜିଓଲୋଜି / ପ୍ଲାଣ୍ଟ ବାୟୋକେମିଷ୍ଟ ଆଦି ବିଷୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିବେ । ପ୍ରାର୍ଥୀଙ୍କୁ ମାସିକ ୩୧ ହଜାର ଟଙ୍କା ଦରମା ସହିତ ଏଚଆରଏ ପ୍ରଦାନ କରାଯିବ । ୟଙ୍ଗ ପ୍ରଫେସନାଲ-୨ ପଦ ପାଇଁ ପ୍ରାର୍ଥୀ ବାୟୋଟେକ୍ନୋଲୋଜି / ପ୍ଲାଣ୍ଟ ଫିଜିଓଲୋଜି / ପ୍ଲାଣ୍ଟ ବାୟୋକେମିଷ୍ଟରେ ପୋଷ୍ଟଗ୍ରାଜୁଏଟ ଡିଗ୍ରୀ କରିଥିବେ । ପ୍ରାର୍ଥୀଙ୍କ ମାସିକ ୪୨ ହଜାର ଟଙ୍କା ନେଇ ସ୍ଥିର ହୋଇଛି ।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Prev Post
Next Post