ମେଟ୍ରୋ ଟିଭି ଓଡିଶା (୧ .୩ .୨୦୨୨) :
ୟୁକ୍ରେନ୍ ଓ ଭାରତ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତ କାହାର ପକ୍ଷ ନେଉନଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ଏଥିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ସୋମବାର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚି ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ୟୁକ୍ରେନ୍କୁ ମାନବୀୟ ସାହାଯ୍ୟ ପଠାଇବୁ। ଏଥିରେ ମେଡିସିନ୍ ବି ରହିଛି। ସେ କହିଛନ୍ତି, ଆମେ ୟୁକ୍ରେନ୍ରେ ଫସିଥିବା ଭାରତୀୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଗଙ୍ଗା ଲଞ୍ଚ୍ କରିଛୁ। ଏହି ଅପରେସନ୍ରେ ଇତି ମଧ୍ୟରେ ୧୪,୦୦୦ ଲୋକଙ୍କୁ ୬ଟି ବିମାନ ଯୋଗେ ଭାରତକୁ ଅଣାଯାଇଛି।

ଏଥିରୁ ୪ଟି ବିମାନ ରୋମାନିଆର ବୁକାରେଷ୍ଟରୁ ଆସିଥିବା ବେଳେ ୨ଟି ବିମାନ ହଙ୍ଗେରୀରୁ ବୁଡ଼ାପେଷ୍ଟରୁ ଭାରତକୁ ଆସିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର କହିବାନୁସାରେ, ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଲଗାତାର ଚେଷ୍ଟା ଜାରି ରହିଛି। ମନ୍ତ୍ରାଳୟ କହିଛି, ୟୁକ୍ରେନ୍ରେ ସ୍ଥିତି ଧୀରେ ଧୀରେ ଖରାପ ହୋଇଚାଲିଛି, ଯାହା ଏବେ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇଛି। ଆମେ ଆମ ଅଭିଯାନକୁ ଆହୁରି ଜୋର ସୋରରେ ଚଳାଇଛୁ ଓ ଲୋକଙ୍କୁ ଶୀଘ୍ର ଉଦ୍ଧାର କରିବା ଉପରେ ଫୋକସ୍ କରୁଛୁ।