ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଏହି ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ବଣ୍ଟନ କରିବେ । ଏହା ବିଦ୍ୟାଳୟ ଖୋଲିବା ପୂର୍ବରୁ ବଣ୍ଟନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ରାଜ୍ୟକୁ ଆନେମିଆ ଅର୍ଥାତ ରକ୍ତହୀନତାରୁ ମୁକ୍ତ କରିବା ପାଇଁ ଏହି ଅଭିଯାନ କର୍ଯ୍ୟକ୍ରମ ଜାରି ରହିଛି ।ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କରେ ଏହା ବଣ୍ଟନ କରାଯିବ । ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଆଇଏଫଏ ଗୋଲାପୀ ରଙ୍ଗର ବଟିକା ଦିଆଯିବା ବେଳେ ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଆଇଏଫଏ ନୀଳ ବଟିକା ଦିଆଯିବ । ଏହା ଅଭିଭାବକମାନଙ୍କର ଉପସ୍ଥିତିରେ ଏକ୍ସପାରୀ ଡେଟ ତଦାରଖ କରି ପ୍ରଦାନ କରାଯିବ।ଆଇଏଫଏ ବଟିକାକୁ ଖରାଛୁଟିର ପ୍ରତି ସୋମବାର ଦିନ ପ୍ରଦାନ କରାଯିବ । ଏହାକୁ ପିଲାମାନେ ଖରାବେଳେ ଖାଦ୍ୟ ସାରିବା ପରେ କିମ୍ବା ରାତିରେ ଖାଦ୍ୟ ପରେ ଏହି ବଟିକା ଖାଇବେ ।
Trending
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
- ବୁଲା କୁକୁରଙ୍କୁ ଆଉ ବଳକା ମାଂସ ଦିଆଯିବନି
- ଏସ୍ଆଇଆର୍ ବିବାଦ : କଟିଥିବା ଭୋଟର ଅଭିଯୋଗ କରୁନାହାଁନ୍ତି
- ମୋଦି କହିଲେ ଜେଲ୍ରୁ କେହି ନିର୍ଦ୍ଦେଶ ଦେଇପାରିବେନି
- ବଦଳିଲେ ୮ ଜିଲ୍ଲା ଏସ୍ପି
- ଇସ୍ରୋର ପ୍ରଥମ ଗଗନଯାନ ପରୀକ୍ଷଣ
Next Post