ଇତିହାସ ରଚିଲେ ରୋହିତ ଶର୍ମା

rohit-sharma-became-the-number-1-captain-in-t20

ମେଟ୍ରୋ ଟିଭି ଓଡିଶା (୨୮ .୨.୨୦୨୨)

: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଟି-୨୦ ସିରିଜକୁ କ୍ଲିନ ସୁଇପ କରିନେଇଛି ଭାରତ । ଧର୍ମଶାଳାରେ ଖେଳାଯାଇଥିବା ଏହି ତୃତୀୟ ମ୍ୟାଚକୁ ଟିମ୍‌ ଇଣ୍ଡିଆ ୬ ୱିକେଟରେ ଜିତି ନେବା ସହିତ କ୍ଲିନ ସୁଇପ କରିଛି । ଏହା ସହିତ ରୋହିତ ଶର୍ମା ଇତିହାସ ରଚିଛନ୍ତି। ରୋହିତ ଶର୍ମା ଘରୋଇ ମାଟିରେ ସର୍ବାଧିକ ଟି-୨୦ ମ୍ୟାଚ ଜିତିଥିବା ଅଧିନାୟକ ହୋଇଛନ୍ତି। ରୋହିତ ଶର୍ମାଙ୍କ ଏହି ମାମଲାରେ ଇୟୋନ ମୋର୍ଗାନ ଏବଂ କେନ ଓ୍ଵିଲିୟମ୍ସଙ୍କୁ ପଛରେ ପକାଇଛନ୍ତି। ରୋହିତ ଶର୍ମା ୧୬ଟି ଟି-୨୦ ମ୍ୟାଚ୍‌ ଜିତିସାରିଛନ୍ତି।

ଶ୍ରେୟସ ଆୟର ଲଗାତାର ତୃତୀୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସହିତ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଛନ୍ତି । ୧୪୭ ରନର ପିଛା କରୁଥିବା ଭାରତ ପକ୍ଷରୁ ଶ୍ରେୟସ ଆୟର ଅପରାଜିତ ୭୩ ରନ କରିଥିଲେ । ୪୫ ବଲ ଖେଳିଥିବା ଶ୍ରେୟସ୍ ୯ ଚୌକା ଏବଂ ୧ ଛକା ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ୧୮ ଓ ଦୀପକ ହୁଡା ୨୧ ରନ କରିଥିଲେ । ରବୀନ୍ଦ୍ର ଜାଡେଜା ୧୫ଟି ବଲରୁ ୨୨ ରନ କରି ଦଳକୁ ଫିନିଶ ଲାଇନ ପାର କରାଇଥିଲେ ।