ପିନାକୀ ମିଶ୍ରଙ୍କ ମାନହାନୀ ମାମଲା: ଦିଲ୍ଲୀ ହାଇକୋର୍ଟ ଗଲେ ବିଜେଡି ସାଂସଦ
ପୁଣି ଚର୍ଚ୍ଚାକୁ ଫେରିଲେ ପିନାକୀ ମିଶ୍ର । ପୁରୀ ସାଂସଦଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି ବିଜେଡି ସାଂସଦ । ଅପଶବ୍ଦ ପ୍ରୟୋଗ ଓ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା କହି ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟ ଅନନ୍ତଙ୍କ ବିରୋଧରେ ମାନହାନି ମାମଲା କରିଛନ୍ତି ପିନାକୀ ମିଶ୍ର
ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ପିନାକୀ ମିଶ୍ରଙ୍କ ବିବାଦ ଥମୁନାହିଁ । ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନୀ ମାମଲା କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ତାଙ୍କୁ ଆପତ୍ତିଜନକ ନାଁରେ ସମ୍ବୋଧନ କରିବା ସହ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା ଆବେଦନରେ ଦର୍ଶାଇଛନ୍ତି ପିନାକୀ । ତେବେ ମହୁଆ ମୋଇତ୍ରାଙ୍କୁ ଜଣେ ଅନ୍ତରଙ୍ଗ ବନ୍ଧୁ ବୋଲି କହିଛନ୍ତି ପିନାକୀ, ଯାଏ ପୂର୍ବରୁ ଦେହାଦ୍ରାଇଙ୍କ ନିକଟତର ଥିଲେ ।