ଆଜି ଚୈତ୍ର ମାସ ମଙ୍ଗଳବାରର ଶେଷ ପାଳି । ତେଣୁ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଆଜି ପିଠାପଣା ବାସ୍ନାରେ ଚର୍ତୁଦିଗ ମହକୁଛି । ଦାଣ୍ଡରେ ପଣା ଢଳାଯାଇ ମାଆଙ୍କ ପାଖେ ସମସ୍ତେ ପରିବାର ପାଇଁ ମଙ୍ଗଳ ମନାସନ୍ତି ।ତେବେ ଏହାରି ମଧ୍ୟରେ ଆଜି କାକଟପୁର ମାଆ ମଙ୍ଗଳାଙ୍କ ଶେଷ ଚୈତ୍ର ଯାତ୍ରା । ଏହି ଅବସରରେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଚୈତ୍ର ମାସ ଶେଷ ମଙ୍ଗଳବାର ଥିବାରୁ ଆଜି ମାଆଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହେବ । ମାଆଙ୍କ ଦର୍ଶନ ପାଇଁ ଭୋର ୫ଟାରୁ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଲାଗିରହିଛି । ମାଆଙ୍କ ଏହି ରାଜରାଜେଶ୍ୱରୀ ବେଶ ଅତ୍ୟନ୍ତ ମନଲୋଭା ହୋଇଥିବା ବେଳେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିରହିଛି ।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Prev Post
Next Post