ମେଟ୍ରୋ ଟିଭି ଓଡିଶା (୨୮ .୨.୨୦୨୨) :
ବ୍ୟକ୍ତି ଯଦି ଜୀବନରେ ସିଦ୍ଧାନ୍ତ ଉପରେ ଚାଲେ ତେବେ ତାକୁ ସଫଳତା ମିଳିଥାଏ | ସେହିପରି କିଛି ଭୁଲ ତାକୁ ରସା ତଳକୁ ନେଇ ଯାଇଥାଏ | ଚାଣକ୍ୟ ନୀତି ସଫଳତା ପାଇବା ଓ ଅସଫଳତାରୁ ବଂଚିବା ପାଇଁ କିଛି ମହତ୍ଵପୁର୍ଣ କଥା କହିଛନ୍ତି | ଚାଣକ୍ୟଙ୍କ ମତରେ ଏମିତି କିଛି ଜିନିଷ ଅଛି ଯାହା ଖରାପ ସ୍ଥାନରେ ଥିଲେ ବି ତାକୁ ନେବା ଉଚିତ | ଆସନ୍ତୁ ଜାଣିବା କଣ ସେହି ଜିନିଷ ସବୁ |

– ଚାଣକ୍ୟ କୁହନ୍ତି, ସମ୍ଭବ ହେଲେ ବିଷରୁ ବି ଅମୃତ ବାହାର କରିନିଅ | ଖରାପ ଜିନିଷରୁ ବି ଭଲ ବାହାର କରିବା ଶିଖ | ଏହି ଦୃଷ୍ଟି ଆପଣଙ୍କୁ ଜୀବନର ଉଚ୍ଚତାକୁ ନେଇଯିବ |
– ଚାଣକ୍ୟ କୁହନ୍ତି, ମୂଲ୍ୟବାନ ଜିନିଷ ଅପରିଷ୍କାର ସ୍ଥାନରେ ଥିଲେ ବି ତାର ମହତ୍ୱ କମେ ନାହିଁ | ସୁନା ଯଦି ମଇଳା ରେ ପଡିଥାଏ ବି ତାକୁ ଉଠାଇ ନିଆଯାଏ | ତେଣୁ ଗୁଣବତୀ କନ୍ୟାଙ୍କ ସର୍ବଦା ସମ୍ମାନ କରନ୍ତୁ | ଯଦି ଦୁଷ୍ଟ ପରିବାରରେ ଗୁଣୀ କନ୍ୟା ଥାଆନ୍ତି ତେବେ ତାଙ୍କୁ ଘରର ବୋହୂ କରି ଅଣାନ୍ତୁ | ସେ ଆପଣଙ୍କ ଘରକୁ ସ୍ୱର୍ଗ କରିଦେବା | କାରଣ ଏହି ଦୁନିଆରେ ଦାଗହୀନ କିଛି ନାହିଁ |
– ସ୍ଥିତି ଯେତେ ଖରାପ ହେଉନା କାହିଁକି, ନିଜ ପିଲାଙ୍କୁ ଶିକ୍ଷା ନିଶ୍ଚୟ ଦିଅନ୍ତୁ |
– ଦୁଷ୍ଟ ଓ ସାପ ମଧ୍ୟରେ ଯଦି କାହାକୁ ବାଛିବାକୁ କୁହାଯାଏ ତେବେ ସାପକୁ ହିଁ ବାଛନ୍ତୁ | ସାପ ସେତେବେଳେ କାମୁଡି ଥାଏ ଯେତେବେଳେ ତା ଉପରେ ଆଘାତ ଆସିଥାଏ | ହେଲେ ଦୁଷ୍ଟ ଲୋକ ଭଲର ପ୍ରତିଦାନରେ ବି ଖରାପ କରିଥାଏ | ତେଣୁ ସର୍ବଦା ତାଙ୍କ ଠାରୁ ଦୂରରେ ରୁହନ୍ତୁ |