ବିଜେପି ମୁହାଁଇବେ କି ସୌମ୍ୟ!
ଦଳଡିଆଁ ପର୍ବ ବିଜେଡି ପାଇଁ ମହଙ୍ଗା ପଡ଼ିଛି । ଦଳର ବଡ଼ ବଡ଼ ନେତା ଶଙ୍ଖ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥିବା ବେଳେ ବିଜେଡି ଏବେ ନୂଆ ଚେହେରାଙ୍କୁ ଭରସା କରିଛି । ବର୍ତ୍ତମାନ ଖବର ଆସୁଛି ସେ ବିଜୁ ଜନତା ଦଳର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ।ବିଜୁ ଜନତା ଦଳର ପୂର୍ବତନ ସଦସ୍ୟ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ବିଜେପି ମୁହାଁ ହେଉଥିବା ଆଲୋଚନା ହେଉଛନ୍ତି । କିଛି ଦିନ ତଳେ ବିଜେଡି ସହ ସବୁ ସମ୍ପର୍କ ତୁଟିଯିବା ପରେ ଏଥର ନିର୍ବାଚନ ପୂର୍ବରୁ ସେ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ କେଉଁ ଆସନରେ ଦାୟିତ୍ୱ ଦିଅଯିବ ସେ ନେଇ ମଧ୍ୟ ଆଲୋଚନା ହେଉଛି । କୁହାଯାଉଛି ଯେ, ସୌମ୍ୟରଞ୍ଜନ ବିଜେପିରେ ସାମିଲ ହେଲେ ତାଙ୍କୁ ଘସିପୁରା ଆସନରୁ ବିଧାୟକ ପଦରେ ଟିକେଟ ମିଳିପାରେ । ତେବେ ରାଜନୀତି ମାହୋଲରେ ଏନେଇ କୌଣସି ସ୍ପଷ୍ଟ ସୂଚନରା ଏଯାବତ୍ ମିଳିପାରି ନାହିଁ ।