ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ନିଯୁକ୍ତି ପାଇବାକୁ ଥିବା ଆସୋସିଏଟ୍ ପ୍ରଫେସର ପଦର ଅନଲାଇନ୍ ଆବେଦନ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଅନ୍ତିମ ତାରିଖ ଏପ୍ରିଲ ୨୦ ରହିଥିବା ବେଳେ ଏବେ ତାହାକୁ ମେ ମାସ ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି ।ସେହିପରି ଶିକ୍ଷାଗତ ଯୋଗ୍ୟତାକୁ ନେଇ କିଛି ନିୟମ ପରିବର୍ତ୍ତନ କରାଯାଇଛି । ଅନୁସୂଚିତ ଜାନତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ବର୍ଗର ସ୍ନାତକ ଓ ସ୍ନାତକୋତ୍ତର ସ୍ତରୀୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ପ୍ରତିଶତ ବୟସ କୋହଳ କରାଯିବ । ସୂଚନାଯୋଗ୍ୟ ଯେ, ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ ଏପରି ୧୨ଟି ବିଷୟରେ ମୋଟ ୩୮ଟି ପଦ ପୂରଣ ହେବ । (୧) ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ସାରଙ୍ଗ, (୨) ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁର ଓ (୩) ସରକାରୀ କଲେଜ୍ ଅଫ ଇଞ୍ଜିନିୟରିଂ, କେନ୍ଦୁଝରରେ ଗ୍ରୁପ-ଏ ପଦ ପୂରଣ ହେବ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post