ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିଆଳିରେ ଅଭାବନୀୟ ଘଟଣା ଘଟିଛି । ମହଙ୍ଗା ପଡ଼ା ଗାଁରେ ବିକାଶ ପ୍ରଧାନ ଏବଂ ତାଙ୍କ ପ୍ରେମିକା ପାଗେଲିଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ। ନିଆଳି ଥାନା ଅଧିନ ମହଙ୍ଗପଡ଼ା ଗାଁରେ ୨ ଜଣ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ତାହା ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ମୃତକ ହେଲେ ନିଆଳି ଥାନା ଅଧିନ ମହଙ୍ଗ ପଡ଼ା ଗାଁର ବିକାଶ ପ୍ରଧାନ ଓ ନିକଟସ୍ଥ ମାଳୋ ଗାଁର ପାଗେଲି ଦାସ। ସୋମବାର ସକାଳେ ସେମାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କୁ ହତ୍ୟା କରାଯାଇଛି ନା ଏହା ଆତ୍ମହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଛି। ଅପରପକ୍ଷରେ ପୋଲିସକୁ ନ ଜଣାଇ ଉଭୟ ପକ୍ଷର ପରିବାର ତରବରିଆ ଭାବେ ମୃତଦେହକୁ ମଶାଣୀରେ ପୋଡ଼ି ଦେଇଛନ୍ତି । ଘଟଣାରେ ନିଆଳି ପୋଲିସ ପହଞ୍ଚି ମଶାଣୀରେ ତଦନ୍ତ ଆରମ୍ଭ କରିଛି । ପୋଲିସ ଭୟରେ ଗାଁ ଲୋକେ ମୁହଁ ଖୋଲିବାକୁ ରାଜି ହେଉ ନାହାଁନ୍ତି। ଯାହା ସନ୍ଦେହକୁ ବେଶୀ ଦୃଢୀଭୂତ କରିଛି।