ଭୁବନେଶ୍ବର: ହାତ ଗଲା , ପାର୍ଟି ଗଲା , ଏବେ ଖୁଲୁମଖୁଲା ପ୍ରଚାର କରିବେ ସୁର । ପୁଅ ପାଇଁ ପ୍ରଚାର କରିବାକୁ ଏବେ ଆଉ କିଛି ସଂକୋଚ ନାହିଁ । ଦଳରୁ ବହିଷ୍କାର ହେବା ପରେ ଏବେ ସୁରେଶ ରାଉତରାୟ ନିଜ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବାରେ ସମସ୍ୟା ନଥିବା କହିଛନ୍ତି । କଂଗ୍ରେସରେ ଥାଇ ପ୍ରଚାର କରିବାରେ ତାଙ୍କୁ ଅସୁବିଧା ହୋଇଥାନ୍ତା । ତେବେ ନିର୍ବାଚନ ପରେ ପୁଣି ସେ କଂଗ୍ରେସ କାର୍ଯ୍ୟାଳୟ ଯାଇ ଦଳ ପାଇଁ କାମ କରିବେ ବୋଲି ସିଧା ସିଧା କହିଛନ୍ତି । ଏବେ ସୁରଙ୍କ ପାଖରୁ ଦଳ ଯାଇଛି, ହାତ ଚିହ୍ନ ଯାଇଛି । ଏବେ ସେ ପୁଅ ପାଇଁ ସିଧା ସିଧା କହିପାରିବେ ମାଡ଼ି ଚାଲି । ତେବେ ତାଙ୍କ ପୁଅ ମନ୍ମଥ ବାପାଙ୍କ ସମର୍ଥନ ସିନା ପାଇଲେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ କେତେ ସମର୍ଥନ ପାଉଛନ୍ତି ତାହା ପରେ ଜଣାପଡିବ । ଏଠାରେ ସୂଚନାଯୋଗ୍ୟ ଯେ ସୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଂଗ୍ରେସ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରିଛି । ତାଙ୍କ ନାମରେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାର ଅଭିଯୋଗ ରହିଥିଲା । ଦଳର ଶୃଙ୍ଖଳାରୁ ବାହାରେ ଥିବାରୁ ବହିଷ୍କାର କରିଛି ଦଳ । ସୁର ଆହୁରି କହିଛନ୍ତି ସେ ମୋତେ ୬ ବର୍ଷ ପାଇଁ କାହିଁକି ବହିଷ୍କାର କଲେ, ସେ ନେଇ ମୁଁ ତାଙ୍କୁ ନୋଟିସ ଜରିଆରେ ପଚାରିବି। ମୁଁ ମଲା ଯାଏ କଂଗ୍ରେସରେ ରହିବି। ମୁଁ କଂଗ୍ରେସ ପାଇଁ କାମ କରିବି। କଂଗ୍ରେସରେ ଏବେ ଦୁଇ ଟଙ୍କିଆ ନେତା ଥିବା ସେ କହିଛନ୍ତି । ୫୦ ବର୍ଷରୁ ଅଧିକ ସମୟ ଧରି ମୁଁ କଂଗ୍ରେସ ପାଇଁ କାମ କରିଛି। ଯଦି ମୋ ପୁଅ ଅଲଗା ଦଳରୁ ଟିକେଟ୍ ପାଇଲା ବୋଲି ମୋତେ ବାହାର କରି ଦିଆଗଲା, ତା’ହେଲେ କିଛି ଆପତ୍ତି ନାହିଁ। ଏନେଇ କୌଣସି ପ୍ରକାର ଦୁଃଖ ବି ନାହିଁ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
Prev Post
Next Post