ରାସ୍ତାରୁ ଲ୍ୟାଣ୍ଡ୍‌ ମାଇନ୍‌ ହଟାଇଲେ ୟୁକ୍ରେନ୍‌ର ଏହି ବ୍ୟକ୍ତି,ତାପରେ ଯାହା ହେଲା ଦେଖନ୍ତୁ !

#'Calm Ukrainian hero carries deadly mine into forest

ମେଟ୍ରୋ ଟିଭି ଓଡିଶା (୨୮ .୨.୨୦୨୨)

: ଥମୁନି ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ଯୁଦ୍ଧ । ଆଜି ପଞ୍ଚମ ଦିନରେ ମଧ୍ୟ ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ଲଢ଼େଇ ଜୋରଦାର ଲାଗି ରହିଛି । ସେଠାରୁ ଏମିତି ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି, ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ରୁଷ ଭଳି ଶକ୍ତିଶାଳୀ ଦେଶ ସାମ୍ନାରେ ୟୁକ୍ରେନ୍‌ ସେନା କିଛି ନୁହେଁ। ତଥାପି ରାଷ୍ଟ୍ରପତି ଜେଲେନ୍‌ସ୍କି ହାର୍‌ ମାନିବାକୁ ପ୍ରସ୍ତୁତ ନୁହେଁ। ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଦେଶ ପାଇଁ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେ ଲୋକଙ୍କ ମନୋବଳ ବି ବଢ଼ାଉଛନ୍ତି। ଫଳରେ ୟୁକ୍ରେନ୍‌ର ସାଧାରଣ ଜନତା ବି ଏବେ ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି ଓ ସାହସିକତାର ପରିଚୟ ଦେଉଥିବା ଦେଖିବାକୁ ମିଳିଛି। ନିକଟରେ ସେଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ଟ୍ଵିଟରରେ ଦ ନ୍ୟୁ ଭଏସ୍‌ ଅଫ୍‌ ୟୁକ୍ରେନ୍‌ ପକ୍ଷରୁ ନିକଟରେ ଏକ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ୟୁକ୍ରେନ୍‌ର ଲୋକଙ୍କ ବାହାଦୂରୀ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଛି। ଭିଡିଓରେ ଜଣେ ଯୁବକ ରାସ୍ତାରେ ପଡ଼ିଥିବା ଲ୍ୟାଣ୍ଡ୍‌ ମାଇନ୍‌କୁ ହାତରେ ଉଠାଇ କଡ଼ରେ ରଖୁଥିବା ଦେଖାଯାଇଛି। ପୋଷ୍ଟରେ ଲେଖାଥିବା କ୍ୟାପସନ୍‌ ମୁତାବକ, ଏହି ଭିଡିଓଟି ବର୍ଡାଏଙ୍କସ୍କ ରାସ୍ତାର। ଏଠାରେ ରାସ୍ତାରେ ଏକ ଲ୍ୟାଣ୍ଡ୍‌ ମାଇନ୍‌ ପଡ଼ିଥିବାର ଦେଖି ବ୍ୟକ୍ତି ଜଣକ ତାକୁ ଉଠାଇ ରାସ୍ତା କଡ଼ରେ ରଖୁଛନ୍ତି।

ସେ ଏଥିପାଇଁ ବମ୍‌ ସ୍କ୍ଵାର୍ଡକୁ ଅପେକ୍ଷା ନକରି ସାହସିକତା ଦେଖାଇ ଏହି କାମ କରିଛନ୍ତି। ଏହି ସମୟରେ ବ୍ୟକ୍ତି ଜଣକ ପାଟିରେ ଏକ ସିଗାରେଟ୍‌ ପୂରାଇଥିବାର ଦେଖାଯାଇଛି। ସେ ପାଟିରେ ସିଗାରେଟ୍‌ ପୂରାଇ ଯେଭଳି ଭାବେ ଆରାମରେ ଲ୍ୟାଣ୍ଡ୍‌ ମାଇନ୍‌କୁ କଡ଼ରେ ରଖୁଛନ୍ତି, ଲାଗୁଛି ଯେମିତି ହାତରେ ଏକ ସାଧାରଣ ଜିନିଷ ଧରିଛନ୍ତି। ଏହି ସମୟରେ ବ୍ୟକ୍ତିଙ୍କ ମୁହଁରେ ଭୟର ଛାୟା ବି ନଥିଲା।