ଚୈତ୍ର ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କର ପୂଜା କଲେ ଅଜେୟ ରହିବାର ବରଦାନ ମିଳିଥାଏ । ମା’ଙ୍କ ଉପାସନା ଶାନ୍ତ ମନରେ କରିବା ଉଚିତ । କୁହାଯାଏ, ଯେତେବେଳେ ସାରା ସଂସାରରେ ଚାରିଆଡ଼ ଘୋର ଅନ୍ଧାକାର ଛାଇ ଯାଇଥିଲା, ସେହି ସମୟରେ ମା’ କୁଷ୍ମାଣ୍ଡା ନିଜର ମଧୁର ମୁସ୍କାନରେ ବ୍ରହ୍ମାଣ୍ଡର ରଚନା କରିଥିଲେ । ସେଥିପାଇଁ ମା’ଙ୍କୁ ସୃଷ୍ଟିର ଆଦି ସ୍ୱରୂପା ଓ ଆଦିଶକ୍ତି କୁହାଯାଏ ।କୁହାଯାଏ, ଦେବୀ ଭଗବତୀଙ୍କ କୁଷ୍ମାଣ୍ଡା ସ୍ୱରୂପ ନିଜର ଧୀର ହସରୁ ହିଁ ସୃଷ୍ଟିର ରଚନା କରିଥିଲେ । ସେଥିପାଇଁ ଦେବୀ କୁଷ୍ମାଣ୍ଡାଙ୍କୁ ସୃଷ୍ଟିର ଆଦି ସ୍ୱରୂପା ଓ ଆଦି ଶକ୍ତି ଭାବେ ଗଣାଯାଏ । ଦେବୀ କୁଷ୍ମାଣ୍ଡାଙ୍କୁ ସମର୍ପିତ ହୋଇଥିବା ଏହି ଦିନର ସମ୍ବନ୍ଧ ହଳଦିଆ ରଙ୍ଗ ସହିତ ରହିଛି । ମାତା ରାଣୀଙ୍କର ଆଠଟି ଭୂଜ ରହିଥିବା ବେଳେ ସେଥି ମଧ୍ୟରୁ ୭ଟିରେ କମଣ୍ଡଳ, ଧନୁଷ, ବାଣ, ପଦ୍ମ ଫୁଟ, ଅମୃତ କଳସ, ଚକ୍ର ଓ ଗଦା ରହିଛି । ମାଆଙ୍କ ଅଷ୍ଟମ ଭୂଜରେ ଜପ ମାଳା ରହିଛି ଓ ମା’ ସିଂହ ବାହନ ଉପରେ ସବାର ହୋଇଛନ୍ତି ।ନବରାତ୍ରିର ଚତୁର୍ଥ ଦିନରେ ଶୀଘ୍ର ଉଠି ସ୍ନାନ କରିବା ପରେ ସର୍ବପ୍ରଥମେ କଳସ ଓ ସେଥିରେ ଉପସ୍ଥିତ ଦେବୀ ଦେବତାଙ୍କ ପୂଜା କରନ୍ତୁ । ଏହାପରେ ଦେବୀ କୁଷ୍ମାଣ୍ଡାଙ୍କ ପୂଜା ଆରମ୍ଭ କରନ୍ତୁ । ପୂଜା ଆରମ୍ଭ କରିବା ପୂର୍ବରୁ ନିଜର ହାତରେ ଫୁଲ ନେଇ ଦେବୀଙ୍କୁ ପ୍ରଣାମ କରନ୍ତୁ ଓ ଦେବୀଙ୍କ ଧ୍ୟାନ କରନ୍ତୁ । ଏହି ସମୟରେ ଆପଣଙ୍କ ଏହି ମନ୍ତ୍ର ଅବଶ୍ୟ ଜପ କରନ୍ତୁ ‘ଓଁ ଦେବୀ କୁଷ୍ମାଣ୍ଡାୟୈ ନମଃ’ । ଏହାପରେ ସପ୍ତଶତୀ ମନ୍ତ୍ର, ଉପାସନା ମନ୍ତ୍ର, କବଚ, ଦୁର୍ଗା ସପ୍ତଶତୀ ପାଠ କରନ୍ତୁ । ପୂଜା ଶେଷରେ ଆରତୀ ଅବଶ୍ୟ କରନ୍ତୁ । ଏହି ଅବସରରେ ନିଜ ଅଜାଣତରେ ହୋଇଥିବା କୌଣସି ଭୁଲ ପାଇଁ ଦେବୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କୁ ଦହି ଓ ହଲୱା ଭୋଗ ଲଗାନ୍ତୁ । ଏହାପରେ ତାଙ୍କୁ ଫଳ, ଶୁଖିଲା ମେୱେ ଓ ସୌଭାଗ୍ୟର ଜିନିଷ ଅର୍ପଣ କରନ୍ତୁ । ଏଥିଷର ମାଆ କୁଷ୍ମାଣ୍ଡା ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କ ସବୁ ମନୋସ୍କାମନା ପୂର୍ଣ୍ଣ କରନ୍ତି । ଦେବୀ ମା’ଙ୍କୁ ସତ ମନରେ ସାଧନା କରିଥିଲେ ଜୀବନରେ ଖୁସି ଭରିଯାଇଥାଏ ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post