ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ସପ୍ତାହ କାରବାରର ୩ୟ ଦିନରେ ଘରୋଇ ଶେୟାର ବଜାର ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଶେୟାର ବଜାରର କାରବାର ସର୍ବୋଚ୍ଚସ୍ତରରେ ପହଞ୍ଚଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ୭୫,୦୦୦(୭୫,୦୩୮.୧୫) ଅଙ୍କ ଅତିକ୍ରମ କରିଥିଲାବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ବା ଏନ୍ଏସ୍ଇ ନିଫ୍ଟି-୫୦ର କାରବାର ମଧ୍ୟ ୨୩,୦୦୦ (୨୨,୭୫୩.୮୦) ଅଙ୍କର ନିକଟବର୍ତ୍ତୀ ହୋଇଛି। ବିଶେଷକରି ଘରୋଇ ଶେୟାର ବଜାର କାରବାର ମଙ୍ଗଳବାର ସକାଳ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଚା ରହିଥିଲା ବେଳେ ବିଏସ୍ଇର ଶ୍ରେଷ୍ଠ ୩୦ ନିବେଶକ ବିଶିଷ୍ଟ ସେନ୍ସେକ୍ସ (୩୦-ସେନ୍ସେକ୍ସ) ର କାରବାର ଏବଂ ଏନ୍ଏସ୍ଇ ନିଫ୍ଟି-୫୦ର କାରବାରରେ ମଧ୍ୟ ଅଭିବୃଦ୍ଧି ଘଟିଥିଲା। ଏପରିକି ବିଏସ୍ଇ ସେନ୍ସେକ୍ସର ଆଇଟିସି, କୋଟାକା ବ୍ୟାଙ୍କ, ଏସ୍ବିଆଇ,ଟେକ ମହିନ୍ଦ୍ରା,ଭାରତୀ ଏୟାରଟେଲ,ଏସିଆନ ପେଣ୍ଟସ,ଜେଏସଡବ୍ଲ୍ୟୁ ଷ୍ଟିଲ,ଇନ୍ଫୋସିସ ଏବଂ ରିଲାଏନ୍ସ ଭଳି ଅଗ୍ରଣୀ ନିବେଶକଙ୍କ ପୁଞ୍ଜି ୧ର୨% ବୃଦ୍ଧି ଘଟିଥିଲାବେଳେ ସେକ୍ଟରାଲ କ୍ଷେତ୍ରରେ ମଧ୍ୟ ନିବେଶକମାନେ ପୂର୍ବ ଦିନର କାରବାର ଠାରୁ ଅଧିକ ଲାଭ ହାସଲ କରିଥିବାରୁ ବଜାରରେ ଉତ୍ସାହ ବଢିଥିଲା। ସେହିପରି ଏନ୍ଏସ୍ଇ ନିଫ୍ଟିରେ ମଧ୍ୟ ଉଚ୍ଚ ଅଭିବୃଦ୍ଧି ସହ ନିଫ୍ଟି ମିଡକ୍ୟାପ ୪୮୫.୭୦ ପଏଣ୍ଟ ବଢି ୫୦,୭୮୦.୪୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୬୮.୮୫ ପଏଣ୍ଟ ବଢି ୭୬୫୭.୪୦ ଅଙ୍କ ଏବଂ ନିଫି ବ୍ୟାଙ୍କିଙ୍ଗ୍ରେ ୨୫୬.୦୫ ପଏଣ୍ଟ ବୃଦ୍ଧି ଘଟି ୪୮,୯୮୬.୬୦ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଫଳରେ ଉଭୟ ଏନ୍ଏସ୍ଇ ଓ ବିଏସ୍ଇରେ କାରବାର ବୃଦ୍ଧି ଯୋଗୁ ପୁଞ୍ଜିବଜାରରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇବା ସହ ଷ୍ଟକ ମାକେର୍ଟ ଏକ ଐତିହାସିକ ସଫଳତା ଅତିକ୍ରମ କରିପାରିଥିଲା ବୋଲି ପୁଞ୍ଜି ବଜାରର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post