ନିର୍ବାଚନକୁ ନେଇ ଏବେ ଚଳଚଞ୍ଚଳ ହୋଇ ଉଠିଛି ପୁରଠୁ ପଲ୍ଲୀ । ରାଜନୈତିକ ଦଳ ଏବଂ ପ୍ରଶାସନ ମଧ୍ୟ ଏହି ନିର୍ବାଚନକୁ ନେଇ ବେଶ୍ ଗମ୍ଭୀର ରହିଛନ୍ତି । ସମସ୍ତ ବିଭାଗରେ ପ୍ରସ୍ତୁତି ଏବେ ଜୋରଦାର ହୋଇଛି । ତେବେ ଏହି ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଁଚିଛି । ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଭିଏମ ଖୋର୍ଦ୍ଧାସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମରେ ପହଁଚିଛି । ଏହି ଇଭିଏମ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ଏଠାକୁ ଅଣାଯାଇଛି । ଏହାକୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ସଶସ୍ତ୍ର ପୋଲିସ କର୍ମଚାରୀ ଷ୍ଟ୍ରଙ୍ଗରୁମ ସୁରକ୍ଷାରେ ମୃତୟନ ହୋଇଛନ୍ତି । ଏଥିସହ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି ।ପ୍ରଥମ ପର୍ୟ୍ୟାୟ ପରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ଇଭିଏମ ଗୁଡିକୁ ଏଠାକୁ ଅଣାଯାଇଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ପର୍ୟ୍ୟାୟ ଅର୍ଥାତ ମେ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୯୦୭ଟି ବୁଥ ରହିଥିବା ବେଳେ ୧୧୧- ଜୟଦେବ, ୧୧୨- ଭୁବନେଶ୍ୱର ମଧ୍ୟ, ୧୧୩- ଭୁବନେଶ୍ୱର ଉତ୍ତର, ୧୧୪- ଭୁବନେଶ୍ୱର ଏକାମ୍ର, ୧୧୫- ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ୧୧୬୬ ଟି ମତଦାନ କେନ୍ଦ୍ର ରହିଛି । ଏହି ୧୧୬୬ଟି ମତଦାନ କେନ୍ଦ୍ର ମଧ୍ୟରୁ ସହରାଞ୍ଚଳରେ ୬୫୮ଟି ଏବଂ ଗ୍ରାମାଞ୍ଚଳରେ ୫୦୮ଟି ବୁଥ ରହିଛି । ଇଭିଏମ ଓ ଭିଭିପ୍ୟାଟ କଡା ସୁରକ୍ଷା ମଧ୍ୟରେ ରଖାଇଯାଇଛି । ୫ଟି ଫ୍ଲୋରରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଟି ଲେଖାଏଁ ଷ୍ଟ୍ରଙ୍ଗ ରୁମ ବ୍ୟବସ୍ଥା ହୋଇଛି । ଗୋଟିଏ ଲୋକସଭା ଓ ଅନ୍ୟଟି ବିଧାନସଭା କ୍ଷେତ୍ର ପାଇଁ ଷ୍ଟ୍ରଙ୍ଗରୁମ ରହିଛି । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ମଧ୍ୟ ଏହି ଷ୍ଟ୍ରଙ୍ଗରୁମ ନିକଟରେ ୨୪ ଘଣ୍ଟିଆ ଉପସ୍ଥିତ ରହିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।ଆଜିଠାରୁ ଭୋଟ ଗଣତି ଯାଏ ସବୁ ଦିନର ଭିଡିଓ ରେକର୍ଡିଂ କରାଯିବ । ଯାହାକି ଆସନ୍ତା ୩ରୁ ୪ ମାସ ପର୍ୟ୍ୟନ୍ତ ଏହି ରେକଡିଂ ରହିବ । ଷ୍ଟ୍ରଙ୍ଗ ରୁମ ଗୁଡିକୁ ଡବଲ ଲକ କରାଯିବ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post