ଚୈତ୍ର ନବରାତ୍ରୀ

ଚୈତ୍ର ନବରାତ୍ରୀ ଆରମ୍ଭ ହୋଇସାରିଛି । ତେଣୁ ପରିବାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଚାହୁଁଥିଲେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ମା’ ଦୁର୍ଗାଙ୍କ କୃପାରୁ ବଞ୍ଚିତ ହେବେ ।ନବରାତ୍ରୀର ନଅ ଦିନରେ ମାଆ ଦୁର୍ଗାଙ୍କ ରୂପରେ ବିଧି-ବିଧାନ ସହ ପୂଜା ଆରାଧନା କରାଯାଏ । ଭକ୍ତ ଏହି ସମୟରେ ବ୍ରତର ପାଳନ ମଧ୍ୟ କରିଥାନ୍ତି । ନବରାତ୍ରୀର ପ୍ରଥମ ଦିନ ମାଆ ଦୁର୍ଗାଙ୍କ ପ୍ରଥମ ସ୍ୱରୂପ, ମାଆ ଶୈଳପୁତ୍ରୀଙ୍କୁ ସମର୍ପଣ କରାଯାଏ । ମାଆ ଦୁର୍ଗା ସୁଖ-ସମୃଦ୍ଧି ଏବଂ ଆରୋଗ୍ୟ ପ୍ରଦାନ କରିଥାନ୍ତି । ନବରାତ୍ରୀର ପ୍ରଥମ ଦିନ କିପରି ଆପଣଙ୍କୁ ମାଆ ଶୈଳପୁତ୍ରୀଙ୍କୁ ପୂଜା କରିବା ଆବଶ୍ୟକ, କଣ କଲେ ମାଆ ପ୍ରସନ୍ନ ହୋଇଥାନ୍ତି, ଆସନ୍ତୁ ଜାଣିବା ।

ନବରାତ୍ରୀର ପଥମ ଦିନର ପୂଜା ବିଧି:
-ନବରାତ୍ରୀର ପ୍ରଥମ ଦିନ ମାଆ ଶୈଳପୁତ୍ରୀଙ୍କ ପୂଜା କରାଯାଏ । ଏହି ଦିନ ଆପଣଙ୍କୁ ସକାଳୁ ଶିଘ୍ର ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପିନ୍ଧିବା ଆବଶ୍ୟକ ।
-ମାଆଙ୍କ ପୂଜା କରିବା ପୂର୍ବରୁ ଘରର ପୂଜା ସ୍ଥଳକୁ ସଫା କରି ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ ।
-ଏହା ପରେ ଏକ ଚୌକି ଉପରେ ଲାଲ କପଡା ପକାଇ ମାଆ ଶୈଳପୁତ୍ରୀଙ୍କ ମୂର୍ତ୍ତି ବା ଫଟୋ ସ୍ଥାପନ କରନ୍ତୁ ।
-ଏହାପରେ ମାଆଙ୍କୁ ଧ୍ୟାନ କରି କଳସ ସ୍ଥାପନ କରନ୍ତୁ ।
-ଏହା ପରେ ଧୂପ, ଦୀପ ଜଳାଇ ମାଆଙ୍କୁ ଧଳା ରଙଯକର ଫୁଲ ଅର୍ପଣ କରି ମାଆଙ୍କ ମନ୍ତ୍ର ଜପ କରନ୍ତୁ ।
-ମାଆଙ୍କୁ ଏହାପରେ ଧଳା ରଙ୍ଗର ଭୋଗ ଲଗାନ୍ତୁ ।
-ଦୁର୍ଗା ସପ୍ତଶତୀ ପାଠ କରନ୍ତୁ ।
-ଯେଉଁମାନେ ବ୍ରତ କରିପାରୁନାହାନ୍ତି, ସେମାନେ ଏହି ମନ୍ତ୍ର ପାଠ କରି ମାଆଙ୍କ କୃପା ପ୍ରାପ୍ତ କରିପାରିବେ ।
-ପୂଜା ଶେଷରେ ମାଆଙ୍କ ଆରତୀ କରିବା ଆବଶ୍ୟକ ।
ପୂଜା ସମାପ୍ତି ପରେ ଦିନ ସମୟରେ ଭଜନ କୀର୍ତ୍ତନ କରିବା ଆବଶ୍ୟକ ।