ଯୁଦ୍ଧର ଚତୁର୍ଥ ଦିନ: ଏବେ ତୃତୀୟ ବିଶ୍ୱଯୁଦ୍ଧ ହିଁ ବିକଳ୍ପ

the-third-world-war-is-the-only-option

ମେଟ୍ରୋଟିଭିଓଡିଶା(୨୭.୨.୨୦୨୨):

ଆମେରିକା ଓ ୟୁରୋପୀୟ ୟୁନିଅନ୍ ପକ୍ଷରୁ ରୁଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ବଡ଼ ବୟାନ ସାମନାକୁ ଆସିଛି । ସେ କହିଛନ୍ତି ଯେ, ଏହି ସବୁ ପ୍ରତିବନ୍ଧକର ଏକ ମାତ୍ର ବିକଳ୍ପ ହେଉଛି ତୃତୀୟ ବିଶ୍ୱଯୁଦ୍ଧ । ଏକ ଇଣ୍ଟରଭିୟୁରେ ବାଇଡେନ୍ କହିଛନ୍ତି ଯେ, ରୁଷ ବିରୋଧରେ ଯୁଦ୍ଧ ଲଢ଼ିବା ଦରକାର । ଏହା ସହ ସେ କହିଛନ୍ତି ଯେ, ଯେଉଁ ଦେଶ ଅନ୍ତରାଷ୍ଟ୍ରୀୟ ଆଇନ୍ କୁ ପାଳନ କରୁନାହାନ୍ତି ସେମାନଙ୍କୁ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ।

ତେବେ ଚତୁର୍ଥ ଦିନ ଅର୍ଥାତ୍ ଆଜି ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଆଜି ରୁଷ ସେନା ମାନେ ଏକ ବଡ଼ ଧରଣର ଧମାକା କରିଛନ୍ତି । ଦ୍ୱିତୀୟ ସବୁଠୁ ବଡ଼ ସହର ଖାରକିଭ୍ ରେ ଥିବା ଗ୍ୟାସପାଇପ୍ ଲାଇନ୍ କୁ ଉଡାଇ ଦେଇଛନ୍ତି । ଯାହାର ପରିଣାମସ୍ୱରୂପ ଚାରିପଟେ ଧୂଆ ବ୍ୟାପିଯାଇଛି । ପରିବେଶ ସମ୍ପୂର୍ଣ୍ଣ ଭାବରେ ଦୂଷିତ ହୋଇଯାଇଛି । ଲୋକଙ୍କ ନିଶ୍ୱାସ ନେବାରେ ସମସ୍ୟା ଅନୂଭବ କରୁଛନ୍ତି । ବିଷାକ୍ତ ଧୂଆଁ ବ୍ୟାପିବା କାରଣରୁ ନାଗରିକ ମାନେ ଏବେ ଗଭୀର ସଙ୍କଟ ଦେଇ ଗତି କରୁଛନ୍ତି ।