ଏପ୍ରିଲ ୭ରେ ହୋଇଥିବା ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷାର ରେଜଲ୍ଟ ଘୋଷଣା ହୋଇଛି । ମୋଟ ୭୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆସନ୍ତା ୨୦ ତାରିଖରେ ଏହି ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ନେଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ । କଟକ ସ୍ଥିତ ଓଡ଼ିଶା ହାଇକୋର୍ଟର କନଭେନସନ ହଲରେ ନିର୍ଦ୍ଧାରିତ ସମୟରେ ଏହି ପରୀକ୍ଷା ହେବ ।ପ୍ରଥମ ଶିଟିଂରେ ସକାଳ ୮.୩୦ରୁ ୧୦୩୦ ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ହେବ । ସେହିପରି ଦ୍ୱିତୀୟ ଶିଟିଂରେ ସକାଳ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଗଣିତ ପରୀକ୍ଷା ହେବ । ତୃତୀୟ ଶିଟିଂରେ ଅପରାହ୍ଣ ୨.୩୦ରୁ ୩.୩୦ ପର୍ଯ୍ୟନ୍ତ ଜେନେରାଲ ଆୱାରନେସ ଓ ରିଜେନିଙ୍ଗ ପରୀକ୍ଷା ହେବ । ପ୍ରାର୍ଥୀମାନେ ନିଜ ନିଜର ଓରିଜିନାଲ ଆଧାର କାର୍ଡ ଓ ଆଡମିଟ୍ କାର୍ଡ ନେଇ ସକାଳ ୭.୩୦ରେ ଧାର୍ଯ୍ୟ ପରୀକ୍ଷା ଭେନ୍ୟୁରେ ପହଞ୍ଚିବେ । ଏପ୍ରିଲ ୧୦ ତାରିଖ ସକାଳ ୧୦ଟା ପରଠାରୁ ୨୦ ତାରିଖ ସକାଳ ୭ଟା ମଧ୍ୟରେ ପ୍ରାର୍ଥୀମାନେ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ