ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା
ନିକଟରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସେ ଆଜି ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ନିକଟକୁ ପଠାଇବା ସହିତ ଦଳ ତାଙ୍କୁ ବିଧାୟକ ଏବ˚ ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କ˚ଗ୍ରେସ ପ୍ରତି କୃତଜ୍ଞ ବୋଲି ଉଲ୍ଲେଖ କରିଥିଲେ।