ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଜୁନିୟର ଆସିଷ୍ଟାଣ୍ଟ, ଅଡିଟର, ଆସିଷ୍ଟାଣ୍ଟ ସିଟି ଓ ଜିଏସଟି ଅଫିସର, କୋଅପରେଟିଭ୍ ସୋସାଇଟିଜ୍ ଇନ୍ସପେକ୍ଟର ଆଦି ପଦ ପୂରଣ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ସେଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏପ୍ରିଲ ମାସ ୫ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇ ମେ ୨ରେ ସମାପ୍ତ ହେବ । ଅନଲାଇନ୍ ଆପ୍ଲିକେସନ ସବମିସନ୍ ପାଇଁ ଅନ୍ତିମ ତାରିଖ ମେ ୫ ରହିଥିବା ବେଳେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପାଇଁ ମେ ୧୭ ଶେଷ ତାରିଖ ରିହଛି । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ, ଏଣ୍ଡୋମେଣ୍ଟ ଆୟୋଗ, ଜଳ ସମ୍ପଦ ଆଦି ବିଭାଗରେ ପଦ ପୂରଣ ହେବ ।ପ୍ରଥମେ ୫୮୬ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରେ ଏହି ପଦ ସଂଖ୍ୟା ୫୯୫କୁ ବୃଦ୍ଧି ପାଇଥିଲା । ଏନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଥିଲା । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ଏଥିସହିତ ଇଣ୍ଟରନେଟ, କମ୍ପ୍ୟୁଟର, ୱାର୍ଡ ପ୍ରୋସେସିଂ କ୍ଷେତ୍ରରେ ପ୍ରାର୍ଥୀଙ୍କର ଜ୍ଞାନ ରହିଥିବା ଆବଶ୍ୟକ ।
Trending
- ନେପାଳରେ ଭୟଙ୍କର ବନ୍ୟା: ଯଥାସମ୍ଭବ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଆଶ୍ବାସନା ଦେଲେ ମୋଦୀ
- ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଉତ୍ତରପ୍ରଦେଶ ଓ ବିହାରରେ ସତର୍କତା ଜାରି
- ସୁରକ୍ଷିତ ବିମାନ ଚଳାଚଳକୁ ଦୃଷ୍ଟିରେ ରଖି ଏଣିକି ପ୍ରତିବର୍ଷ ପାଇଲଟ୍ ମାନଙ୍କର ହେବ ଡୋପ୍ ଟେଷ୍ଟ
- ନଈକୁ ଡେଇଁଲେ ଇଞ୍ଜିନିୟର ପରିବାର, ରାଇଫଲ କୋଚ ଗିରଫ
- ପୁରୀରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ,ରଥ ସମ୍ପୂର୍ଣ୍ଣ ଭଙ୍ଗାଯାଇ ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ
- ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ,ମୋଟ ୯ ଟି କାର୍ଯ୍ୟ ଦିବସ
- ଶ୍ରୀମନ୍ଦିରରେ ଆସୁଛି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା,ଘଣ୍ଟାକୁ ୧୦ ହଜାର ଭକ୍ତ କରିପାରିବେ ଦର୍ଶନ, ୩ରୁ ୪ ମାସରେ କାର୍ଯ୍ୟକାରୀ ହେବ ଯୋଜନା
- ଲୋକାୟୁକ୍ତ ଚୟନ କମିଟିରେ ପୂର୍ବତନ CJI ଜଷ୍ଟିସ୍ ଜି.ବି. ପଟ୍ଟନାୟକ,ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ
- ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ଘରୋଇକରଣ,PPPAC ଦେଲା ମଞ୍ଜୁରୀ
- ଗରିବ ପରିବାରକୁ ବାର୍ଷିକ ତିନୋଟି ମାଗଣା ସିଲିଣ୍ଡର ଦେବା ନେଇ ଘୋଷଣା
Prev Post
Next Post