ଅଂଶୁଘାତରେ ୮ ଜଣ ଆକ୍ରାନ୍ତ
ଅଂଶୁଘାତରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଗୋଟିଏ ଦିନରେ ଅଂଶୁଘାତରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଅନୁଗୁଳର ସର୍ବାଧିକ ୫ ଜଣ ଅଂଶୁଘାତରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୟୁରଭଞ୍ଜ, ସୁନ୍ଦରଗଡ ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅସୁସ୍ଥ ହୋଇଛନ୍ତି।ଚଳିତ ବର୍ଷ ଏଯାବତ୍ ରାଜ୍ୟରେ ଅଂଶୁଘାତରେ କାହାର ମୃତ୍ୟୁ ହୋଇ ନାହିଁ। ଅଂଶୁଘାତ ପାଇଁ ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।
କାଲିଠାରୁ ଖରା ସାମାନ୍ୟ କମିଥିବା ବେଳେ ତଥାପି ରାଜ୍ୟବାସୀଙ୍କୁ ଲାଗୁଛି ଅସ୍ତବ୍ୟସ୍ତ। ଦିନ ସାଢେ ୧୧ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୮.୬ ଡିଗ୍ରୀ, ଝାରସୁଗୁଡା ଓ ସମ୍ବଲପୁର ତାପମାତ୍ରା ୩୭.୪ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଚାନ୍ଦବାଲି ୩୭.୨, ହୀରାକୁଦ ୩୬.୯, ରାଉରକେଲା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି।