ହାଇଦ୍ରାବାଦ ସହ ହେବ ଟକ୍କର ଚେନ୍ନାଇ

ଆଇପିଏଲ-୨୦୨୪ରେ ଦମଦାର ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗସ । ୩ଟି ମ୍ୟାଚ ଖେଳି ୨ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ ବିପକ୍ଷରେ ପରାସ୍ତ ହୋଇଛି ଚେନ୍ନାଇ । ତେବେ ଚତୁର୍ଥ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବାକୁ ଥିବା ବେଳେ ଏହାପୂର୍ବରୁ ଷ୍ଟାର ବୋଲର ମୁସ୍ତାଫିଜୁର ରହମାନ ଦଳରୁ ବାଦ୍ ପଡ଼ିଛନ୍ତି । ଭିସା ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ବାଂଲାଦେଶ ଫେରିଛନ୍ତି ମୁସ୍ତାଫିଜୁର । ତେବେ ବର୍ତ୍ତମାନ ତାଙ୍କ ସ୍ଥାନରେ କିଏ ଖେଳିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୁସ୍ତାଫିଜୁରଙ୍କ ସ୍ଥାନରେ କାହାକୁ ସୁଯୋଗ ଦେବେ ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡ?ଚଳିତ ସିଜନରେ ୩ଟି ମ୍ୟାଚରୁ ୭ଟି ୱିକେଟ ନେଇ ପର୍ପଲ କ୍ୟାପ୍ ଦୌଡ଼ରେ ଖୁବ ଆଗରେ ରହିଛନ୍ତି ମୁସ୍ତାଫିଜୁର ରହମାନ । କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲା ପାଇଁ ସେ ଦଳରେ ଅନୁପସ୍ଥିତ ରହିପାରନ୍ତି । ତେବେ ପାସପୋର୍ଟ ମିଳିବା ପରେ(ପ୍ରାୟତଃ ଏକ ସପ୍ତାହ) ହିଁ ସେ ପୁଣିଥରେ ଭାରତ ଫେରିବେ ଏବଂ ଚେନ୍ନାଇ ସହ ସାମିଲ ହେବେ ବୋଲି କହିଛନ୍ତି ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ । ଏହାବ୍ୟତୀତ ଚେନ୍ନାଇ ପାଇଁ ଏପ୍ରିଲ ୩୦ ପରେ ମୁସ୍ତାଫିଜୁର ଉପଲବ୍ଧ ରହିବେ ନାହିଁ । ତେଣୁ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ବିକଳ୍ପ ଖୋଜୁଛନ୍ତି ଅଧିନାୟକ ଋତୁରାଜ । କିଏ ନେବେ ମୁସ୍ତାଫିଜୁରଙ୍କ ସ୍ଥାନ?