ଦୈନଦିନ ଜୀବନରେ ଆବଶ୍ୟକୀୟ ଖାଦ୍ୟରେ ଅନେକ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ। ପୋଷଣ ନିମନ୍ତେ ଆମେ ପନିପରିବା, ଫଳମୂଳ,ଭାତ, ଡାଲି, ରୁଟି, ମାଛ, ମାଂସ ଆଦି ଖାଇଥାଉ। କିଛି ଜିନିଷକୁ କଞ୍ଚା ଖାଉଥିବା ବେଳେ ଅନେକ କିଛି ଖାଦ୍ୟ ପଦାର୍ଥକୁ ଆମେ ରୋଷେଇ କରି ଖାଇଥାନ୍ତି। ତେବେ ରୋଷେଇ କଲା ବେଳେ ସାଧାରଣତଃ ଆମେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କରିଥାନ୍ତି। ଆମ ଭାରତୀୟ ମାନେ ଆମର ସଂସ୍କୃତି ପରମ୍ପରା ସହିତ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତି ଓ ସ୍ଵାଦିଷ୍ଟ ଭୋଜନ ମଧ୍ୟ ବେଶ୍ ପ୍ରଶଂସା ଲାଭ କରିଥାଏ। ଖାଦ୍ୟ ପ୍ରସ୍ତୁତିରେ ଆମକୁ ପିଆଜର ଆବଶ୍ୟକତା ରହିଥାଏ।ବିନା ପିଆଜରେ କୌଣସି ତରକାରୀ ରାନ୍ଧିଲେ ତାହା ଏତେଟା ସ୍ବାଦିଷ୍ଟ ଲାଗେ ନାହିଁ। ଭାରତୀୟ ମାନେ ପିଆଜକୁ ପ୍ରାୟ ତରକାରୀରେ ବ୍ୟବହାର କରିଥାନ୍ତି। ଅନେକ ମହିଳା ପିଆଜ ବିନା ରାନ୍ଧନ୍ତି ନାହିଁ । ପିଆଜର ଉପକାରିତା ବିଷୟରେ ପ୍ରାୟତଃ ଆମେ ସମସ୍ତେ ଜାଣନ୍ତି। ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ । ମଣିଷ ଶରୀରରେ ରକ୍ତ ସଞ୍ଚାଳନ ଓ ହୃତପିଣ୍ଡକୁ ସତେଜ ରଖିବା ସହିତ ହଜମ ପ୍ରକ୍ରିୟାରେ ମଧ୍ୟ ଏହା ସାହାଯ୍ୟ କରେ।ଆମ ଶରୀରରେ ଥିବା କେତେକ ଏଲର୍ଜି ସମସ୍ୟା ଯଥା: ଆଖି କୁଣ୍ଡେଇ ହେବା, ଗଳା ଖରାପ, ସାଧାରଣ ଥଣ୍ଡା ଓ ଚର୍ମ ସମସ୍ୟା । ତେବେ ଆପଣ କ’ଣ ଜାଣନ୍ତି ଯେ କଳା ପିଆଜ ଖାଇଲେ ଆପଣଙ୍କୁ ଏଲର୍ଜି ହୋଇପାରେ । ଆଜ୍ଞା ହଁ, ବେଳେବେଳେ ଆପଣ କିଛି ପିଆଜ ଉପରେ କଳା ପରସ୍ତ ଥିବାର ନିଶ୍ଚୟ ଦେଖିଥିବେ। ଅନେକ ଲୋକ ପିଆଜ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ମନରେ ଦ୍ବନ୍ଦ ରହିଥାଏ ଯେ ପିଆଜର ସେହି କଳା ପରସ୍ତ ଶରୀରକୁ କ୍ଷତି ପହଞ୍ଚାଇଥାଏ କି ନାହିଁ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post