ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା ସିଭିଲ୍ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରାଯାଇଥିଲା । ଏନେଇ ଗତବର୍ଷ ମାର୍ଚ୍ଚ ମା୬ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ସହିତ ରାଜ୍ୟର ୫ଟି ସହରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇଥିଲେ । ମୋଟ ୮ ହଜାରରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ମେଧାବୀଙ୍କୁ ଚୟନ କରାଯାଇଥିଲା ।ତେବେ ୨୦୨୪-୨୫ ଶିକ୍ଷାବର୍ଷ ସକାଶେ ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ସମାପ୍ତ ହୋଇଛି । ୬ ହଜାରରୁ ଅଧିକ ଆଶାୟୀ ଏଥିପାଇଁ ଆବେଦନ କରିଛନ୍ତି । ଆସନ୍ତା ୨୯ ତାରିଖରେ ସାମ୍ସ ଓ ଏସଏସବି ୱେବସାଇଟରେ ଆଡମିଟ୍ କାର୍ଡ ଜାରି ହେବ । ଏହାପରେ ମେ’ ୫ରେ ପ୍ରି-କ୍ୱାଲିଫାଏ ପ୍ରବେଶିକା ପରୀକ୍ଷା ହେବ । ଜୁନ ମାସରୁ କୋଚିଂ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଚୟନ ହୋଇଥିବ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୧୧ ମାସିଆ ମାଗଣା କୋଚିଂ ଦିଆଯିବା ସହିତ ଖାଇବା ଓ ରହିବା ପାଇଁ ଅର୍ଥ ପ୍ରଦାନ କରାଯାଇଥାଏ ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post