ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି
ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି। ୨ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା ଅନୁଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ଅନୁଭବ। ଦଳରେ ମିଶିବା ପରେ ଅନୁଭବ କେଉଁଠୁ ଲଢିବେ ତାହା ଉପରେ ନଜର ରହିଛି। ନିଜ ପାରିବାରିକ ବିବାଦକୁ ନେଇ ବିବାଦରେ ଥିଲେ ଅନୁଭବ। ଏଥିପାଇଁ ବିଜେଡି ପକ୍ଷରୁ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଥିଲା।ବିଜେପିରେ ଯୋଗ ଦେବା ପରେ ଅନୁଭବ କହିଛନ୍ତି, ମୁଁ ଭାଗ୍ୟବାନ ଯେ ରାଜ୍ୟସଭାର ସର୍ବକନିଷ୍ଠ ସାଂସଦ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଥିଲା । ଦେଶର ବିକାଶ ପାଇଁ କେନ୍ଦ୍ରର ବିଜେପି ସରକାର ଯେଉଁ ବିଲ ଆଣୁଥିଲେ ତାହାକୁ ସମର୍ଥନ କରୁଥିଲୁ । ରାଜ୍ୟସଭା ପରେ କେନ୍ଦ୍ରାପଡାର ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢିବାକୁ ସୁଯୋଗ ମିଳିଥିଲା । ଗତ ୫ ବର୍ଷ ମୋ ପାଇଁ ଶିଖିବାର ସମୟ ଥିଲା । ଅନେକ ଐତିହାସିକ ବିଲ୍ ପାରିତ ହେବା ଦେଖିଛୁ । ଦେଶକୁ ଆଗକୁ ନେବାକୁ ହେଲେ ବିଜେପି ପରିବାର ସହ ଯୁବବର୍ଗ ଯୋଡି ହୁଅନ୍ତୁ । ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ଦେଶ ଭାବେ ପରିଗଣିତ ହେବ ।