ପଦ୍ମ ଧରିଲେ ଆକାଶ ଦାସ ନାୟକ

ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ରବିବାର ବିଜେପିର ହାତ ଧରିଛନ୍ତି ପୂର୍ବତନ କୋରେଇ ବିଧାୟକ ତଥା ସିନେ ଅଭିନେତା ଆକାଶ ଦାସ ନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଇଛନ୍ତି । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅରବିନ୍ଦ ଢାଲି, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ ପାଣିଗ୍ରାହୀ, ସମୀର ମହାନ୍ତି ଓ ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଆକାଶ ।ସୂଚନାଯୋଗ୍ୟ ଯେ, ଷ୍ଟାର କ୍ୟାମ୍ପେନର ଭାବେ ଦିନେ ଚର୍ଚ୍ଚାରେ ରହିଥିଲେ ଅଭିନେତା ଆକାଶ ଦାସନାୟକ । ହେଲେ ଏବେ ବିଜେଡିରେ ସେ ଅଲୋଡା ହୋଇ ପଡିଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ଅଭିମାନ କରି ବିଜେଡିରୁ ଇସ୍ତଫା ଦେଇଥିଲେ ଆକାଶ । ତେବେ ବିଜେଡିରୁ ଇସ୍ତଫା ଦେବା ପରେ ଆକାଶ କହିଥିଲେ, ମୋର ଆତ୍ମସମ୍ନାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ ।