ମେଟ୍ରୋ ଟିଭି ଓଡିଶା (୨୬ .୨.୨୦୨୨) :
ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ନାଟୋ ବଡ ଘୋଷଣା କରିଛି । ନାଟୋ ମୁଖ୍ୟ ଜେମ୍ସ ଷ୍ଟୋଲଟେନବର୍ଗ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ସମକକ୍ଷ ସହଯୋଗୀ ଦେଶକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।ସେ ଆହୁରି କହିଛନ୍ତି ଯେ, ୟୁକ୍ରେନ ସୀମାକୁ ଲାଗି ରହିଥିବା ଦେଶକୁ ତ୍ୱରିତ ସୁରକ୍ଷା ବଳ ପଠାଯିବ । ତେବେ କେତେ ସୈନ୍ୟ ପଠାଯିବ ତାହା ସେ କହି ନାହାଁନ୍ତି । ଏଥିରେ ବାୟୁ, ସ୍ଥଳ ଓ ଜଳ ସେନା ସାମିଲ ଅଛନ୍ତି । ଋଷ ରୋମାନିଆ ଉପରେ ଆକ୍ରମଣ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ।

ଜେମ୍ସ ଆହୁରି କହିଛନ୍ତି ଯେ, ଋଷର ଉଦ୍ଦେଶ୍ୟ ୟୁକ୍ରେନ ଯାଏଁ ସୀମିତ ନାହିଁ । ଅନ୍ୟ ସହଯୋଗୀ ଦେଶଙ୍କ ମାଟିକୁ ପୁଟିନ କବଜା କରିବାକୁ ଚାହୁଁଛନ୍ତି । ତେଣୁ ନାଟୋ ସୈନ୍ୟ ମୁତୟନ କରିବ । ଋଷ ୟୁକ୍ରେନର ନିର୍ଦ୍ଦୋଷଙ୍କ ଉପରେ ଆକ୍ରମଣ କରିଛି । ଏହା ସମଗ୍ର ୟୁରୋପୀୟ ସୁରକ୍ଷା ବ୍ୟବସ୍ଥା ପ୍ରତି ଆକ୍ରମଣ ଅଟେ । ଏହାକୁ ଗୁରୁତର ସହ ନିଆଯାଇଛି । ସେ ଆହୁରି କହିଛନ୍ତି ଯେ, ଋଷ ଆମକୁ ହାଲୁକା ଭାବେ ନନେଉ । ୟୁକ୍ରେନରେ ସରକାର ବଦଳାଇବାକୁ ଚାହୁଁଛି ଋଷ । ସେ ୟୁକ୍ରେନ ସେନାକୁ ସମ୍ମାନ ଜଣାଇଛନ୍ତି । ୟୁକ୍ରେନ ସେନା ଋଷ ବିରୋଧରେ ଲଢୁଛି । ଯାହା ପ୍ରଶଂସନୀୟ ବୋଲି ଜେମ୍ସ କହିଛନ୍ତି ।