ପଛକୁ ହଟିନୁ କି ହଟିବୁନି ନିଜ ମତ ରଖିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ukraine-president-zelensky-in-new-video-we-are-all-here-defending-our-country

ମେଟ୍ରୋ ଟିଭି ଓଡିଶା (୨୬ .୨.୨୦୨୨) :

ଆଜି ରୁଷ –ୟୁକ୍ରେନ ମଧ୍ୟରେ ଯୁଦ୍ଧର ୩ୟ ଦିନ। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ କବଜା କରି ଚାଲିଛି ଋଷ ସେନା। ରାଜଧାନୀ କିବ୍‌ରେ ମଧ୍ୟ ଋଷି ସେନା ପଶିଲେଣି । ୟୁକ୍ରେନ ମଧ୍ୟ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଛି । ଋଷକୁ ଟକ୍କର ଦେଉଛି। ଏହା ସହ ୟୁକ୍ରେନ ସେନା ଦାବି କରିଛି ଯେ, ସେମାନେ ଋଷକୁ କଡା ଜବାବ ଦେଉଛନ୍ତି । ପଛକୁ ହଟିବେ ନାହିଁ ଏବଂ ଲଢେଇରେ ଆମେ ହିଁ ଜିତିବୁ ବୋଲି କହିଛନ୍ତି । ତେବେ ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଦମ୍ଭ ସହ ଠିଆ ହୋଇ ରହିଛନ୍ତି ।

ଋଷ ଆଗରେ ମୁଣ୍ଡ ନୁଆଇ ନାହାନ୍ତି । ଶୁକ୍ରବାର ଦିନ ଅର୍ଥାତ୍‌ ଗତକାଲି କିବ୍‌ରୁ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଆକ୍ରମଣର ବିଳମ୍ବିତ ରାତିରେ ରାସ୍ତାରେ ଠିଆ ହୋଇ ତାଙ୍କ ସହଯୋଗୀଙ୍କ ସହ ବୁଲୁଥିବାର ନଜର ଆସିଛନ୍ତି । ଏହା ସହ ଭିଡିଓରେ କହିଛନ୍ତି- କି ଆମେ କିବ୍‌ରେ ଅଛୁ । ଋଷି ଆକ୍ରମଣରୁ ୟୁକ୍ରେନ୍‌କୁ ରକ୍ଷା କରୁଛୁ । ଏହା କହି ପ୍ରତିଶୃତି ଦେଇଛନ୍ତି ।ଏଭଳି ପରିସ୍ଥିତିରେ ସେ ଭିଡିଓ ଜାରି କରି ନିଶ୍ଚିତ କରିଛନ୍ତି ଯେ ସେ କିଭ୍‍ ରେ ଅଛନ୍ତି ଏବଂ ନିଜ ଦେଶକୁ ରକ୍ଷା କରିବା ପାଇଁ ଶେଷ ନିଶ୍ୱାସ ପର୍ୟ୍ୟନ୍ତ ସଂଗ୍ରାମ ଜାରି ରଖିବେ। ଜେଲେନସ୍କି ଏହା ପୂର୍ବରୁ ଏକ ଭାବପ୍ରବଣ ଆବେଦନ କରିଥିଲେ । ସେ କହିଥିଲେ, ମୁଁ ୟୁକ୍ରେନରେ ଅଛି। ମୋ ପରିବାର ମଧ୍ୟ ଏଠାରେ ଅଛନ୍ତି । ଆମ ପରିବାର ଦେଶଦ୍ରୋହୀ ନୁହଁନ୍ତି । ସେମାନେ ସମସ୍ତେ ୟୁକ୍ରେନର ନାଗରିକ । ଆମକୁ ସୂଚନା ମିଳିଛି ଯେ ମୁଁ ରୁଷର ପ୍ରଥମ ଟାର୍ଗେଟରେ ଅଛି ଏବଂ ଦ୍ୱିତୀୟଟି ହେଉଛି ମୋର ପରିବାର।