ହାସ୍ୟ ନେତାରୁ ରାଷ୍ଟ୍ରପତି ,ଆସନ୍ତୁ ଜାଣିବା ତାଙ୍କ ଜୀବନି !

ukrainian-president-is-a-former-comedian

ମେଟ୍ରୋ ଟିଭି ଓଡିଶା (୨୫ .୨.୨୦୨୨) :

ସାରା ବିଶ୍ୱାସୀଙ୍କ ମୁହଁରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଥା । ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର୍‌ ଜେଲେନସ୍କି ଏକଦା ହିଟ୍‌ କମେଡି ସୋ’ର ଷ୍ଟାର୍‌ ଥିଲେ। ୨୦୧୯ରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପୂର୍ବରୁ ୪୪ ବର୍ଷୀୟ ବୋଲ୍‌ଡିମିର୍‌ ରାଜନୈତିକ ବ୍ୟଙ୍ଗ କଳାକାର ଭାବେ ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରି ବେଶ୍‌ ସୁଖ୍ୟାତି ଅର୍ଜନ କରିଥିଲେ। ଏହି ସୋ’ ନେଟଫ୍ଲିକ୍ସରେ ପ୍ରସାରିତ ହୋଇଥିଲା। ସୋ’ରେ ବୋଲ୍‌ଡିମିର୍‌ ଜେଲେନସ୍କିଙ୍କ ଚରିତ୍ର ଓ ତାଙ୍କର ଆଭିମୁଖ୍ୟ ନେଇ ବିଭିନ୍ନ ଭିଡିଓ ଭାଇରାଲ ହୋଇଥିଲା ଏବଂ ସେ ସକ୍ରିୟ ରାଜନୀତିକୁ ଓହ୍ଲାଇ ସଫଳତା ପାଇଥିଲେ।।

୨୦୧୮ରେ ଜେଲେନସ୍କି ଏକ ରାଜନୈତିକ ଦଳ ଆରମ୍ଭ କରିଥିଲେ । ୨୦୧୯ରେ ଏହି ଦଳ ଜେଲେନସ୍କିଙ୍କୁ ୟୁକ୍ରେନର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଦୁର୍ନୀତି ବିରୋଧୀ ରାଜନେତା ଭାବେ ଜେଲେନସ୍କି ବେଶ ଖ୍ୟାତି ଅର୍ଜନ କରିଛନ୍ତି ।

ପୂର୍ବରୁ କିନ୍ତୁ କମେଡି ଶୋ’ରେ ଉପସ୍ଥାପନ କରି ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ପ୍ରତି ଲୋକଙ୍କର ଏତେ ଭଲପାଇବା ଥିଲା ଯେ, ସେ ରାଷ୍ଟ୍ରପତି ପେଟ୍ରୋ ପୋରୋସୋଙ୍କୋଙ୍କୁ ୭୦ ପ୍ରତିଶତରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।