ଦିନ ଯାକ କାମର ବ୍ୟସ୍ତତା ମଧ୍ୟରେ, କାମର ପ୍ରଭାବରେ ଅଧିକାଂଶ ଚିନ୍ତାଗ୍ରସ୍ତ ରହି ଥାଆନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଇ ନଥାଆନ୍ତି। ଫଳରେ ଥକ୍କାପଣର ମାତ୍ରା ବୃଦ୍ଧି ପାଇବା ସହ କାମରେ ଆଗ୍ରହ କମିଥାଏ। ତେବେ ଏଭଳି କେତେକ ସରଳ ଉପାୟ ବିଷୟରେ ଜାଣନ୍ତୁ ଯାଦ୍ୱାରା ଅଧିକ ଥକ୍କାପଣ ଅନୁଭବ ହେବ ନାହିଁ।ସକାଳ ସମୟରେ କିଛି ସମୟ ଯୋଗ ନିଶ୍ଚୟ କରନ୍ତୁ। ଏହାଦ୍ୱାରା ହାଲିଆ ଅନୁଭବ ହୋଇନଥାଏ।ସପ୍ତାହକୁ ଥରେ ନିଜ କେଶରେ ତେଲ ମାଲିସ ନିଶ୍ଚୟ କରାନ୍ତୁ। ଏହାଦ୍ୱାରା ମସ୍ତିଷ୍କ ଶାନ୍ତ ରହିବା ସହ ଥକ୍କାପଣ ଦୂର ହୋଇଥାଏ। ଦିନ ଯାକ ସତେଜ ଅନୁଭବ ହୋଇଥାଏ।ସକାଳେ ସର୍ବଦା ସ୍ୱାସ୍ଥ୍ୟକର ଜଳଖିଆ ସେବନ କରନ୍ତୁ। କଦାପି ମସଲା କିମ୍ବା ବଜାରର ଖାଦ୍ୟ ନିୟମିତ ଖାଆନ୍ତୁ ନାହିଁ।ପ୍ରତିଦିନ ଫଳ ନିଶ୍ଚୟ ଖାଆନ୍ତୁ।ନିୟମିତ ପାଣିରେ ଅଳ୍ପ ଉଷୁମ ପାଣି ମିଶାଇ ସ୍ନାନ କରନ୍ତୁ। ଏହାଦ୍ୱାରା ଥକ୍କାପଣ ଦୂର ହୋଇଥାଏ।ସକାଳ ସମୟରେ ଖୋଲା ପବନରେ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ଏହାଦ୍ୱାରା ସତେଜ ଅନୁଭବ ହେବା ସହ ହାଲିଆ ଅନୁଭବ ହୋଇନଥାଏ। ଦୁଃଶ୍ଚିନ୍ତା ଦୂର ହୋଇଥାଏ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post